
ଭବାନୀପାଟଣା,ରାଜ୍ୟ ସରକାର ଅସହାୟ ଗରିବ ଲୋକମାନଙ୍କ ପାଇଁ କରିଛନ୍ତି ଯୋଜନା ଉପରେ ଯୋଜନା। ଗାଁ ଗାଁ ରୁ ସହର ପର୍ଯ୍ୟନ୍ତ ଲଗାଇଛନ୍ତି ବଡ ବଡ ହୋଡ଼ିଂ ଏବଂ ପ୍ରଚାର ପ୍ରସାର ଉପରେ କରୁଛନ୍ତି କୋଟି କୋଟି ଟଙ୍କା ଖର୍ଚ୍ଚ। ବି ଏସ୍ କେ କାର୍ଡ ଥିଲେ ରୋଗିଣୀ ଦୁଃଖିନୀଙ୍କ ପାଇଁ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଯୋଗାଇଦେବା ପାଇଁ କରିଛନ୍ତି ଘୋଷଣା, ହେଲେ ଏଠାରେ ଦେଖିବାକୁ ମିଳୁଛି କିଛି ଓଲଟା ଚିତ୍ର। ଏ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଦୁର୍ଗମ ଗ୍ରାମାଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଥୁଆମୁଲ ପଂଚାୟତ ଅନ୍ତର୍ଗତ କରାଙ୍ଗ ଗ୍ରାମର ରାଜେନ୍ଦ୍ର ମାଝୀ। ପରିବାର କହିଲେ ସ୍ତ୍ରୀ ପିଲାଛୁଆ। ସେ ଜଣେ ଦିନମଜୁରୀଆ। କାମ ମିଳିଲେ ପରିବାର ଚଳେ ନହେଲେ ଭଗବାନ ହିଁ ଭରଷା, କାମ ନ ମିଳିବାରୁ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ କାଠ ବିକି କିଛି ପଇସା ମିଳିଲେ ପରିବାର ପାଇଁ ଲୁଣ ତେଲ କିଣି ଆଣିବି ବୋଲି। ହେଲେ ଭାଗ୍ଯର ବିଡମ୍ବନ କାଠ ନେଇ ଆସୁଥିବା ସମୟରେ କିଏ, ପୂର୍ବରୁ ଅଧା ହାଣି ଛାଡ଼ି ଦେଇଥିବା ଏକ ଗଛ ତାଙ୍କ ଉପରେ ପଡିଯିବାରୁ ତାଙ୍କ ଅଣ୍ଟା ହାଡ଼ ଖସିଗଲା। ଏ ଘଟଣା ହେଉଛି ପ୍ରାୟ ଦେଢ଼ ବର୍ଷ ତଳର। ସେହିଦିନ ଠାରୁ ସେ ଶଯ୍ୟାଶାୟୀ। ପ୍ରଥମରୁ ସେ ଭବାନିପାଟଣା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି, ହେଲେ ଡାକ୍ତର ତାଙ୍କୁ ବାହାରକୁ ନେଇଯାଅ ବୋଲି କହୁଛନ୍ତି ହେଲେ ସେ ଜଣେ ଦିନ ମଜୁରୀଆ ଅସହାୟ ହୋଇଥବାରୁ ତାଙ୍କ ପାଖରେ ଅର୍ଥ ସାଜିଛି ବାଧକ ଆମ ସାମ୍ବାଦିକ ଭାଇମାନେ ସ୍ଥାନୀୟ ଲାଞ୍ଜିଗଡ.ବିଧାୟକ ପ୍ରଦୀପ ଦିଶାରିଙ୍କୁ ଫୋନରେ ଯୋଗାଯୋଗ କରିବାରୁ ମୁଁ ମିଟିଂରେ ଅଛି କହି କାଟି ଦେଇଥିଲେ। ଏବଂ ସିଡିଏମଓଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଆଗକୁ ପ୍ରଶାସନ କି ପ୍ରକାର କେମିତି ରାଜେନ୍ଦ୍ରଙ୍କୁ ସାହାଯ୍ୟ ସହଯୋଗ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।