କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
୫୫ ତମ କୁମାର ଉତ୍ସବ ଆସନ୍ତା ୧୦ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ।ଏହାର ବିବରଣୀ ଦେବା ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ୟୁଥ୍ ହଷ୍ଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଅଭ୍ୟର୍ଥନା କମିଟି ର ଅଧ୍ୟକ୍ଷ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ,କୁମାର ଉତ୍ସବ ସମିତିର ସଭାପତି ବିଭୁ ପ୍ରସାଦ ତ୍ରିପାଠୀ,କାର୍ଯ୍ୟକାରୀ ସଭାପତି ରାଜେଶ୍ ମିଶ୍ର,ଚକ୍ରଧର ମହାପାତ୍ର, ରତନ କୁମାର ଦାସ,ଅନୁଷ୍ଠାନର ସାଧାରଣ ସମ୍ପାଦକ ସ୍ଵାଧୀନ କୁମାର ପଣ୍ଡା,ଉପ ସଭାପତି ଅମରେନ୍ଦ୍ର ପାଇକରାୟ ଯୋଗଦାନ କରି ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।୫୫ ତମ କୁମାର ଉତ୍ସବ ରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଅନେକ ସାଂସ୍କୃତିକ ଅନୁଷ୍ଠାନ , ସମ୍ବଲପୁରୀ ଲୋକ ନୃତ୍ୟ, ଫ୍ୟୁଜନ ନୃତ୍ୟ, ସଙ୍ଗୀତ ପରିବେଷଣ ବିଶିଷ୍ଠ କଣ୍ଠ ଶିଳ୍ପୀ ଯୋଲୀ ମୁଖାର୍ଜୀ (ମୁମ୍ବାଇ) ତିଲକ ଚକ୍ରବର୍ତ୍ତୀ, ଦେବନ୍ସି ଦାସ, ଦର୍ଶନା କର ଙ୍କୁ ନେଇ ତିନିଦିନ ସଂସ୍କୃତିକ କାର୍ଯ୍ୟକ୍ରମ ହେବା ସହ ଚଳିତ ବର୍ଷ କିଶାନ ପଣ୍ଡା ଶ୍ରୀକ୍ଷେତ୍ର କୁମାର, ସ୍ନେହ ସ୍ମିତା ସାହୁ ଶ୍ରୀକ୍ଷେତ୍ର କୁମାରୀ ମନୋନୀତ ହେବା ସହ ଡ. ପ୍ରଭାତ କୁମାର ଦାଶ (ବରିଷ୍ଠ ହୃଦରୋଗ ବିଶେଷଜ୍ଞ) ଉମାକାନ୍ତ ସାହୁ (ସଂସ୍କୃତି ପ୍ରେମୀ),ସତ୍ୟ ଗୁରୁ (ବେତାର ବାଦକ) ଗୁରୁ ଶତପଥୀ (ଗୀତିକାର),ରାଜ ନାରାୟଣ ଖୁଣ୍ଟିଆ (ବନ୍ଧୁକ ଚାଳନା),ଡ.ହରି ବଲ୍ଲଭ ମହାପାତ୍ର (ଚିକିତ୍ସା) ନାରାୟନ ପାଣ୍ଡେ (ଓଡ଼ିଶୀ ନୃତ୍ୟ) ଶ୍ୱାସତ୍ ରଞ୍ଜନ ସାହୁ (ଦିଆସିଲି କାଠି କାରିଗର) ଙ୍କୁ ଚଳିତ ବର୍ଷ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ କରାଯିବା |ଏଥି ସହିତ ଶ୍ରୀକାନ୍ତ ମହାନ୍ତି ଙ୍କ ସମ୍ପାଦନା ରେ ସ୍ମରଣିକା ଉନ୍ମଚନ, ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଉତିର୍ଣ୍ଣ ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ କରାଯିବ।
ତେଣୁ ସମସ୍ତ କାର୍ଯ୍ୟ କୁ ପୁରୀ ବାସି ଉପଭୋଗ କରିବା ନିମନ୍ତେ ଅନୁଷ୍ଠାନ ର ସାଧାରଣ ସମ୍ପାଦକ ସ୍ଵାଧୀନ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣାଇଛନ୍ତି ।