ଝାରସୁଗୁଡ଼ା – ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଦଲଗାଁ ପଂଚାୟତର ବଳିଆମୁଣ୍ଡ ଗ୍ରାମରେ ଝାଡାବାନ୍ତି ରେ ପାୟ ୫୦ ଜଣ ଆକ୍ରାନ୍ତ ହୋଇଛନ୍ତି ।ଏମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇ ଲଖନପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।ଏମାନେ ହେଲେ ପୁନି ଓରାମ(୬୫),ଅଞ୍ଜଳି ଓରାମ(୧୫) ଓ ପୁନି ଓରାମ(୫୮) । ଅନ୍ୟମାନଙ୍କୁ କୁମ୍ଭାରବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଛାଡିଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ କୁମୁଦିନୀ ଓରାମ(୨୩),ତାରାପତି ଓରାମ(୪୮),ମୁଲାବତୀ ଓରାମ(୫୦),ମହେଶ୍ୱର ଓରାମ(୧୪),ପିଙ୍କି ଓରାମ(୧୯),ସୁଦର୍ଶନ ଓରାମ(୨୧),ପୂର୍ଣ୍ଣିମା ଓରାମ(୭) ପ୍ରମୁଖ ରହିଛନ୍ତି ।
ଘଟଣା ସମ୍ପର୍କରେ ଖବର ପାଇ ଗ୍ରାମକୁ ଏକ ଡାକ୍ତରୀ ଦଳ ଯାଇ ରୋଗୀଙ୍କୁ ଔଷଧ ବଂଟନ କରିବା ସହିତ ଖାଦ୍ୟ,ପାନୀୟଜଳ ବ୍ୟବହାର ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରୁଛନ୍ତି । ଗ୍ରାମରେ ଥିବା କୂଅ,ନଳକୂପ, ପାଣିଟାଙ୍କି, ନାଳ ଆଦିରେ ବିଲ୍ଲୀଚିଂ ପାଉଡର ପକାଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ନଳକୂପ ଓ କୂଅର ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ପାଣିରୁ ଏଭଳି ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଅନୁମାନ କରୁଛି । ପାଣି ପରୀକ୍ଷା ପରେ ଏହାର କାରଣ ସ୍ୱଷ୍ଟ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।