ଭବାନୀପାଟଣା,କଂଗ୍ରେସ ଦଳର ଏକ ଗୁରୁତ୍ଵପୂର୍ଣ ବୈଠକ ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଅମଲାଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭାରତ ଯୋଡ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଥିଲା। ୮ ତାରିଖରେ ଜୁନାଗଡ଼ ଠାରୁ ଭାରତ ଯୋଡ କାର୍ଯ୍ୟକ୍ରମ କରିବାକୁ ନିଷ୍ପତି ହୋଇଥିଲା।
ବୈଠକରେ କଂଗ୍ରେସ ରାଜ୍ୟ ସଭାପତି ଶରତ ପଟ୍ଟନାୟକ, ଅଖିଳ ଭାରତୀୟ ଜାତୀୟ କଂଗ୍ରେସ କମିଟିର ସ୍ଥାୟୀ ସଦସ୍ୟ ତଥା ପୂର୍ବତନ ରେଳ ମନ୍ତ୍ରୀ ଭକ୍ତ ଚରଣ ଦାସ, ରାଜ୍ୟ କଂଗ୍ରେସ ସଂଖ୍ୟାଲଘୁ ସେଲ ମୁଖ୍ୟ ଜନାବ ଜିଆଉଲ୍ଲା ହକ, ଜନାବ କଲାମ ସାହବ, ପୂର୍ବତନ ସାଂସଦ ନକୁଳ ନାଏକ, ବିଧାୟକ ତାରା ବାହିନୀପତି, ସନ୍ତୋଷ ସିଂହ ସାଲୁଜା, ଅଧୀରାଜ ପାଣିଗ୍ରାହୀ, ମୋହନ ଜେନା ପ୍ରମୁଖ କଂଗ୍ରେସ ନେତୃବୃନ୍ଦ ଯୋଗଦାନ କରି ଆଗାମୀ ଦିନରେ କଂଗ୍ରେସ ଦଳ ନିର୍ବାଚନରେ ଜୟଯୁକ୍ତ ହେବା ସହ ସାଧାରଣ ଜନତାଙ୍କୁ କଂଗ୍ରେସ ଦଳରେ ସାମିଲ କରିବାକୁ କର୍ମୀଙ୍କୁ ପରାମର୍ଶ ଦେଇଥିଲେ।