ଭୁବନେଶ୍ଵର,ଦକ୍ଷିଣ ବଙ୍ଗୋପସାଗର ଅଂଚଳରେ ବାୟୁମଣ୍ଡଳର ୧.୫ ରୁ ୫.୮ କି.ମି. ମଧ୍ୟରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । ଯାହାର ପ୍ରଭାବ ରାଜ୍ୟରେ ଦେଖିବାକୁ ମିଳିଛି । ଗତ ୨୪ ଘଂଟା ମଧ୍ୟରେ ବରଗଡ଼ ଜିଲ୍ଲାର ପଦମପୁରରେ ସର୍ବାଧିକ ୪୦.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି । ସେହିପରି ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ରେ ୩୨,୦, ନୟାଗଡ଼ ଜିଲ୍ଲାର ବରମୂଳରେ ୩୦.୬, କୋରାପୁଟ ଜିଲ୍ଲାର ଶିମିଳିଗୁଡ଼ାରେ ୩୦.୦, ବଲାଙ୍ଗିର ଜିଲ୍ଲାର ବେଲଗାଁରେ ୨୮.୦, ଗଞ୍ଜାମ ଜିଲ୍ଲାର ଧରାକୋଟରେ ୨୮.୦, ସମ୍ବଲପୁର ଜିଲ୍ଲାର ଯୁଯୁମରାରେ ୨୭.୬, ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ୨୫.୬, କୋରାପୁଟ ଜିଲ୍ଲାର ପଟାଙ୍ଗିରେ ୨୫.୦, ଅନୁଗୁଳ ଜିଲ୍ଲାର ଟିକରପଡ଼ାରେ ୨୪.୮, କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡାରେ ୨୪.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ।
ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ମାଲକାନଗିରିରେ ୩୫.୫ ଡ଼ିଗ୍ରୀ ସେଲସିୟସ୍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ନୟାଗଡ଼ରେ ୨୦.୦ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।