
ନୂଆଦିଲ୍ଲୀ, ମହାରାଷ୍ଟ୍ରର ନାସିକ ଠାରେ ହୋଇଥିବା ଦୁର୍ଘଟଣା ମାମଲାରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ ନାସିକ ଠାରେ ନିଆଁ ଲାଗି ଯିବା କାରଣରୁ ଏତେ ସଂଖ୍ୟାରେ ଲୋକ ମାନଙ୍କର ମୃତ୍ୟୁ ହେବା ଘଟଣା ଜାଣି ତାଙ୍କୁ ଖୁବ ଦୁଃଖ ହୋଇଛି । ଏହି ଦୁର୍ଘଟଣାରେ ନିଜର ପ୍ରିୟ ଲୋକଙ୍କୁ ହରାଇଥିବା ପରିବାର ମାନଙ୍କ ପ୍ରତି ଗଭୀର ସମବେଦନା ବ୍ୟକ୍ତ କରୁଛି । ଆହତ ମାନଙ୍କୁ ଶୀଘ୍ର ଆରୋଗ୍ୟ ପାଇଁ କାମନା କରୁଛି ।