
ନାସିକ (ମହାରାଷ୍ଟ୍ର),ମହାରାଷ୍ଟ୍ରର ନାସିକ ଠାରେ ଶନିବାର ସକାଳୁ ଏକ ପ୍ରାଇଭେଟ ବସ ଓ କଂଟେନର ମଧ୍ୟରେ ଧକ୍କା ହେବା କାରଣରୁ ନିଆଁ ଲାଗି ଯାଇଥିଲା । ଏହି ଦୁର୍ଘଟଣାରେ 11 ଜଣଙ୍କର ମୃତ୍ୟୁ ଘଟିଛି । ଏହି ମାମଲାରେ 38 ଜଣ ଆହତ ହୋଇଛନ୍ତି । ମୃତକ ମାନଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି । ନାସିକ ପୋଲିସ ପତ୍ରରୁ ଏହି ସୂଚନା ଦିଆଯାଇଛି।
ନାସିକ ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ଶନିବାର ସକାଳ ପାଖାପାଖି ପାଂଚଟା ବେଳେ ଔରଙ୍ଗାବାଦ ରୋଡ ଠାରେ ହୋଇଛି । ଏକ ପ୍ରାଇଭେଟ ବସ ଏକ କଂଟେନରକୁ ଧକ୍କା ଦେଇଥିଲା । ଏହି କାରଣରୁ ସଙ୍ଗେ ସଙ୍ଗେ ନିଆଁ ଲାଗି ଯାଇଥିଲା ।