
ମାଲକାନଗିରି, ବିସିସିଆଇ ଦ୍ବାରା ଲକ୍ଷ୍ନୌ ଠାରେ ଆୟୋଜିତ ହେବାକୁ ଥିବା ସାୟଦ ମୁସତାକ ଅଲି ଟ୍ରଫିରେ ଭାଗ ନେଉ ଥିବା ଓଡିଶା ସିନିୟର ପୁରୁଷ ଦଳର ମ୍ୟାନେଜର ଭାବେ ମାଲକାନଗିରିର କ୍ରୀଡାବିତ ଶତବୀର ସିଂ ରିୟାର ମନୋନୀତ ହୋଇଛନ୍ତି । ଆସନ୍ତା ୮ ତାରିଖରୁ ଲକ୍ଷ୍ନୌ ଠାରେ ବିସିସିଆଇ ଦ୍ବାରା ସାୟଦ ମୁସତାକ ଅଲି ଟ୍ରଫିରେ ଓଡିଶା କ୍ରିକେଟର ସିନିୟର ପୁରୁଷ ଟିମ ଭାଗ ନେବେ । ଏହି ଖେଳ ଆସନ୍ତା ୨୨ ତାରିଖ ଯାଏ ହେବ । ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ଏହି ଦଳ ନିମନ୍ତେ ମ୍ୟାନେଜର ରୂପେ ମାଲକାନଗିରିର କ୍ରୀଡାବିତ ଶତବୀର ସିଂ ରିୟାରଙ୍କୁ ଚୟନ କରାଯାଇଛି । ଖୁସିର ଲହରୀ ରିୟାର ପୂର୍ବରୁ ମଧ୍ୟ ଅନେକ ଥର ଏହି ଦାୟିତ୍ବ ସୂଚାରୁରୂପେ ତୁଲାଇ ଆସିଛନ୍ତି । ରିୟାର ଜଣେ ଉତ୍ତମ କ୍ରୀଡାବିତ । ତାଙ୍କୁ ଟୁର୍ନାମେଣ୍ଟ ପାଇଁ ମନୋନୀତ କରାଯାଇଥିବାରୁ ମାଲକାନଗିରିରେ ଖୁସିର ଲହରୀ ଖେଳିଯାଇଛି ।