ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ କଟକ ଜିଲ୍ଲାର ନରାଜରେ ସର୍ବାଧିକ ୯୦.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି । ସେହିପରି କଟକ ଜିଲ୍ଲାର ମୁଣ୍ଡୁଳିରେ ୭୬.୬, ନୟାଗଡ଼ ଜିଲ୍ଲାର ଭାପୁରରେ ୭୦.୪, ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ୭୦.୦, କଟକ ଜିଲ୍ଲାର କଟକରେ ୬୩.୪, ଗଞ୍ଜାମ ଜିଲ୍ଲାର ଆସିକାରେ ୫୩.୮, ନୟାଗଡ଼ ଜିଲ୍ଲାର ରଣପୁରରେ ୫୧.୪, ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ରେ ୫୧.୦, ଭୁବନେଶ୍ୱରରେ ୪୯.୭ ଏବଂ ଗଞ୍ଜାମ ଜିଲ୍ଲା ପାତ୍ରପୁରରେ ୪୬.୬ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ।
ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ମାଲକାନଗିରି ଓ ବୌଦ୍ଧରେ ୩୫.୦ ଡ଼ିଗ୍ରୀ ସେଲସିୟସ୍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ନୟାଗଡ଼ରେ ୨୦.୦ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।