ଭୁବନେଶ୍ଵର,୧ ରୁ ୭ ଅକ୍ଟୋବର ୨୦୨୨ ମଧ୍ୟରେ ରାଜ୍ୟରେ ୬୯.୫ ମିମି ବର୍ଷା ରେକର୍ଡ କରାଯାଇଛି, ଏହି ଅବଧି ମଧ୍ୟରେ ସ୍ଵାଭାବିକ ବର୍ଷା ୩୮.୬ ମି.ମି. ତୁଳନାରେ ୮୦ ପ୍ରତିଶତ ଅଧିକ ରହିଛି । ଏହି ଅବଧି ମଧ୍ୟରେ ବାଲେଶ୍ଵର ଜିଲ୍ଲାରେ ସର୍ବାଧିକ ୧୭୭.୪ ମି.ମି., ରାୟଗଡା ରେ ୧୭୫.୬ ମି.ମି. ଏବଂ ଭଦ୍ରକ ଜିଲ୍ଲାରେ ୧୭୦.୧ ମି.ମି. ବର୍ଷା ରେକର୍ଡ କରାଯାଇଛି ।
ବିସ୍ତାରିତ ପରିସର ଆକଳନର ଜାରି ହୋଇଥିବା ସୂଚନା ଅନୁଯାୟୀ, ଦ୍ଵିତୀୟ ସପ୍ତାହ ୧୪ ରୁ ୨୦ ଅକ୍ଟୋବର ୨୦୨୨ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ଯଥେଷ୍ଟ କମ ରହିବା ସହ ସ୍ଵାଭାବିକ ବର୍ଷାର ହାରାହାରି ପରିମାଣ କମ ରହିବା ସମ୍ଭାବନା ରହିଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।