କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,
ସକାଳୁ ଜଗନ୍ନାଥ ଦର୍ଶନ ସାରି ପୁରୀ ସଦାଶିବ ସଂସ୍କୃତ ମହା-ବିଦ୍ୟାଳୟକୁ ଯାଇଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଲେ ଛାତ୍ର କଂଗ୍ରେସ ପୁରୀକୁ ତାଙ୍କ ଆଗମନ ଖବର ପାଇ ବିରୋଧ ପାଇଁ ସଜାଗ ରହିଥିଲେ | ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁରୀ ଆସିବା ବେଳେ କିମ୍ବା ତାଙ୍କର ପ୍ରୋଗ୍ରାମକୁ ଯିବା ସମୟରେ ସୁଯୋଗ ପାଇ ନଥିଲା ହେଲେ ପୋଲିସ ମଧ୍ୟ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ କର୍ମୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିଲେ | ପୁରୀରୁ ବାହାରି ବୀର ରାମଚନ୍ଦ୍ର ପୁର ନେବାକୁ ବାହାରିଲା ପୋଲିସର କ୍ୟାରିକେଡ଼ ଏବଂ ସହର ମଧ୍ୟରେ କୌଣସି ଜାଗାରେ ବିରୋଧର ଆଭାସ ପାଇ କେନ୍ଦ୍ର ମନ୍ତ୍ରୀକୁ ସମୁଦ୍ରକୂଳ ଦେଇ ବାଇପାସ୍ ରୋଡରେ ନେଇ ଚାଲିଲେ | ଖବର ପାଇ ଛାତ୍ର କଂଗ୍ରେସ କର୍ମୀ ଭି.ଆଇ.ପି ରୋଡରୁ ବର୍ଷାରେ ଓଦା ହୋଇ ବାହାରି ତୁଳସୀ ଚଉରା ଛକ ଠାରେ କେନ୍ଦ୍ର ମନ୍ତ୍ରୀକୁ କଳାପତାକା ଦେଖାଇ ସ୍ଲୋଗାନ ଦେଇଥିଲେ | ଏହି ବିରୋଧକୁ କେନ୍ଦ୍ର କରି ଯୁବ ନେତା ଆଲୋକ କୁମାର ଦାଶ କହିଛନ୍ତି- ପୋଲିସ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୁରକ୍ଷା ଦେଉଛି କାରଣ ଧର୍ମେନ୍ଦ୍ର ପ୍ରଧାନଙ୍କ ଦଳ ବିଜେପି ଓ ରାଜ୍ୟ ସରକାର ଙ୍କ ଦଳ ବିଜେଡି ଏବେ ଭାଇ ଭାଇ | କିନ୍ତୁ ପୁରୀର ପୋଲିସ ବନ୍ଧୁ ମାନେ ଭୁଲି ଯାଉଛନ୍ତି କି, ଦିନେ ଏହି ମନ୍ତ୍ରୀ ୨୦୧୯ ନିର୍ବାଚନ ସମୟରେ ସମ୍ବଲପୁର ରେ “ପୋଲିସ” କୁ କୁକୁର ଓ ଚୋର ବୋଲି ସମ୍ବୋଧନ କରି ପୋଲିସକୁ ଅଭଦ୍ରାମି ଦେଖାଇଥିଲେ | ଆଜି ସେଇ ପୋଲିସ ସୁରକ୍ଷା ଦଉଛି | ଧନ୍ୟ କହିବା ପୁରୀ ପୋଲିସକୁ – ଯିଏ ସଂମାନ ଦିଏନାହିଁ ତାକୁ ବିରୋଧ କରିଲେ ଥାନାରେ ଅଟକ ରହୁଛନ୍ତି ଯୁବ ଓ ଛାତ୍ର କଂଗ୍ରେସ କର୍ମୀ | ଏଠି କଥା କେବଳ ସେତିକି ନୁହଁ ମୁଁ ବୁଝିପାରୁଛି ପୋଲିସ ନିଜ କର୍ମ କରୁଛି କିନ୍ତୁ ସେମାନେ ବି ଦେଶର ଦରଦାମ କୁ ନେଇ ତାଙ୍କ ପରିବାର ମଧ୍ୟ ଚିନ୍ତିତ – ପୋଲିସ ବନ୍ଧୁଙ୍କ ପରିବାରରେ ବି ଆଜି ଯୁବକ ହତାଶ ବେକାରୀ ସମସ୍ୟା ବଡ ପ୍ରଶ୍ନ | ଆଜିର ବିରୋଧର ମୂଳ କାରଣ ବିଜେପି ସରକାର ୨୦୧୪ରୁ ବିଭିନ୍ନ ପ୍ରତିଶୃତି ଦେଇ ଆସିଥିବା ବେଳେ ଆଜି ପଯ୍ୟନ୍ତ କୌଣସି ଗୋଟିଏ ପ୍ରତିଶୃତି ପୁରଣ କରିନି | ଆଜି ଭାରତ ବର୍ଷରେ ଛାତ୍ର ଓ ଯୁବକ ଶିକ୍ଷା ଓ ବେକାରୀ ସମସ୍ୟାକୁ ନେଇ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି | ଗରିବ ଏବେ ଦରଦାମ ପାଇଁ ଜୀବନ ହାରୁଛି | ଧନୀ ଏଠି ଧନୀ ହଉଛି | ଆଶା ଠାରୁ ଅଙ୍ଗନବାଡି ଓ ଶିକ୍ଷକ, ଶ୍ରମିକ ଠାରୁ କୃଷକ, ମଟର କର୍ମଚାରୀ ଠାରୁ ଦେଶର ସାଧାରଣ ଜନତା ଏବେ ରାଜା ରାସ୍ତାରେ ଆନ୍ଦୋଳନ କରୁଛନ୍ତି | ନାରୀ ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ସରକାରରେ ରହି ଭାଷଣ ବାଜି ବନ୍ଦ କରନ୍ତୁ ବିଜେପି ସରକାର ବୋଲି କହିଥିବା ବେଳେ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି ସରକାରୀ ବିଦ୍ୟାଳୟରେ ଖାଲିଥିବା ପଦବୀ ଉପରେ ପଦକ୍ଷପ ନେଉ ନାହାନ୍ତି ? କାହିଁକି ଏବେ ଜନତାଙ୍କ ଭରଷା ସରକାରୀ ବିଦ୍ୟାଳୟ ଓ କଲେଜ ଉପରୁ ଉଠିଯାଉଛି ? ଏବଂ ଅଧିକ ବେସରକାରୀ ସ୍କୁଲ ଓ କଲେଜ ଉପରେ ନିର୍ଭର ଶିଳ ହେଉଛନ୍ତି ! ଏହାର ଜବାବ ମାଗିଛନ୍ତି ଛାତ୍ର କଂଗ୍ରେସର କର୍ମକର୍ତା | ଜବାବ ଦେବାକୁ ସମୟ ନାହିଁ ହେଲେ ପୋଲିସ ଲଗେଇ ଉଠେଇନିଏ | ଯେବେ ଯେବେ ବିଜେପି ନେତା ଡରନ୍ତି ପୋଲିସକୁ ଆଗକୁ କରନ୍ତି | ତମାମ ପ୍ରଶ୍ନ ବିରୋଧରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁଳସୀ ଚଉରା ଛକ ଠାରେ କଳାପତାକା ପଦର୍ଶନ କରିଥିଲେ ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ, ଛାତ୍ର କଂଗ୍ରେସ ଜ଼ିଲ୍ଲା ସଭାପତି ଆଶୁତୋଷ ମିଶ୍ର, ବସ୍ତି ଯୁବନେତା ମନୋଜ ମଣ୍ଡଳ, ସଦର ଯୁବନେତା ଆଦିତ୍ୟ କୁମାର, ପୁରୀ ବିଧାନ ସଭା ଛାତ୍ର କଂଗ୍ରେସ ସଭାପତି ଅଗସ୍ତିନ ଜୋସେଫ, ପୁରୀ ଜ଼ିଲ୍ଲା ଛାତ୍ର କଂଗ୍ରେସ ଉପସଭାପତି ରୀସାନ ଦାଶ, ଛାତ୍ର ନେତା ସାହିଲ ମହାନ୍ତି, ମାଧବ ପାତ୍ର,ଓମ ପରିଡା, ବିଶ୍ୱଜିତ ଦାସ, ହରିଚନ୍ଦନ ଦାସ, ପ୍ରକାଶ ପ୍ରଧାନ, ଲକ୍ଷ୍ମୀଧର, ଅଭିଷେକ ଅନ୍ୟ ସମସ୍ତ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ କର୍ମୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳାପତାକା ପଦର୍ଶନ କରିଥିଲେ |ପରେ ଚନ୍ଦନପୁର ଥାନାରେ ଅଟକ ରଖିଥିଲେ ପୋଲିସ |
Related Stories
November 24, 2024