ଭୁବନେଶ୍ୱର, ବିଜୁ ଜନତା ଦଳର ବିଭିନ୍ନ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରା ଯାଇଛି । ମୋଟ ୨୫ ଜଣ ନେତାଙ୍କୁ ୩୦ଟି ଜିଲ୍ଲାର ଦାୟିତ୍ୱ ପ୍ରଦାନ କରା ଯାଇଛି । ବିଜେଡି ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ପ୍ରଶାନ୍ତ କୁମାର ମୁଦୁଲୀଙ୍କୁ ଅନୁଗୁଳ ଦାୟିତ୍ୱ ଦିଆ ଯାଇଥିବା ବେଳେ ପ୍ରତାପ କେଶରୀ ଦେବଙ୍କୁ ବାଲେଶ୍ୱର, ସୁଧୀର କୁମାର ସାମଲଙ୍କୁ ବରଗଡ, ପ୍ରଣବ ବଳବନ୍ତରାୟଙ୍କୁ ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆ ଯାଇଛି । ସୁଶାନ୍ତ ସିଂହଙ୍କୁ ବଲାଙ୍ଗୀର ଓ ଦେବଗଡ, ଶ୍ରୀମତୀ ଉଷା ଦେବୀଙ୍କୁ କଟକ, ଶ୍ରୀମତୀ ପ୍ରମିଳା ମଲିକଙ୍କୁ ଢେଙ୍କାନାଳ ଓ ଖୋର୍ଧା, ଅତନୁ ସବ୍ୟସାଚୀ ନାୟକଙ୍କୁ ଗଜପତି ଓ ରାୟଗଡା ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆ ଯାଇଛି । ଅରୁଣ କୁମାର ସାହୁଙ୍କୁ ଜଗତସିଂହପୁର, ବିଜୟ ନାୟକଙ୍କୁ କନ୍ଧମାଳ, ପ୍ରଫୁଲ୍ଲ ମଲିକଙ୍କୁ କେନ୍ଦ୍ରାପଡା, ପ୍ରଣବ ପ୍ରକାଶ ଦାସଙ୍କୁ କେନ୍ଦୁଝର ଓ ମୟୁରଭଂଜ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆ ଯାଇଛି । ଦିବ୍ୟଶଙ୍କର ମିଶ୍ରଙ୍କୁ ମାଲକାନଗିରି, କୋରାପୁଟ, ଇଶ୍ୱର ପାଣିଗ୍ରାହୀଙ୍କୁ ନବରଂଗପୁର, ପଦ୍ମନାଭ ବେହେରାଙ୍କୁ ନୟାଗଡ. ଶ୍ରୀମତୀ ଟୁକୁନୀ ସାହୁଙ୍କୁ ନୂଆପଡା, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ପୁରୀ, ନଳିନୀକାନ୍ତ ପ୍ରଧାନଙ୍କୁ ସମ୍ବଲପୁର, ପ୍ରୀତିରଂଜନ ଘଡେଇଙ୍କୁ ସୁନ୍ଦରଗଡ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆ ଯାଇଛି । ନବ କିଶୋର ଦାସଙ୍କୁ କଳାହାଣ୍ଡି, ପ୍ରଦୀପ ଅମାତଙ୍କୁ ଗଂଜାମ, ସୌଭାଗ୍ୟ ନାୟକଙ୍କୁ ବୌଦ୍ଧ, ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଯାଜପୁର, ସାରଦା ପ୍ରସାଦ ନାୟକଙ୍କୁ ଝାରସୁଗୁଡା, ରୋହିତ ପୁଜାରୀଙ୍କୁ ସୁବର୍ଣପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି ।
Related Stories
November 25, 2024