ବଲାଙ୍ଗିର, ଆଜି ସକାଳେ ସ୍ଥାନୀୟ ହାଟପଦା ପଡା ଶ୍ମସାନରେ ପ୍ରଫେସର ରବି ଶଙ୍କର ପାଣ୍ଡିଆ ପଞ୍ଚଭୂତରେ ଲୀନ ହୋଇଛନ୍ତି। ତାଙ୍କର ଏକମାତ୍ର ପୁତ୍ର ଡ. ବିପ୍ଳବ ପାଣ୍ଡିଆ ମୁଖାଗ୍ନି ଦେଇଥିଲେ। ସକାଳ ୭ଟା ରେ ତାଙ୍କର ରୁଗୁଡ଼ି ପଡା ସ୍ଥିତ ବାସଭବନରୁ ଶବଧାରରେ ସହରର ଅନେକ ମାନ୍ଯଗଣ୍ଯ ବ୍ୟକ୍ତି ଜ୍ଞାତିବନ୍ଧୁ କୁଟୁମ୍ବ, ସହପାଠି ମାନେ ଯୋଗଦେଇଥିଲେ। ଶ୍ମସାନରେ ତାଙ୍କର ଶେଷ ଦର୍ଶନ କରି ସମ୍ମାନ ଜଣାଇଥିଲେ।
ଗତକାଲି ସକାଳେ ବିଶିଷ୍ଟ ଶିକ୍ଷାବିତ, ଗାନ୍ଧିବାଦୀ, ବୁଦ୍ଧିଜୀବୀ ତଥା ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ପୂର୍ବତନ ବାଣିଜ୍ଯ ବିଭାଗର ପ୍ରଫେସର ଡ. ରବି ଶଙ୍କର ପାଣ୍ଡିଆଙ୍କ ଭୁବନେଶ୍ବରରେ ଚିକିତ୍ସିତ ହେଉଥିବା ବେଳେ ପରଲୋକ ଘଟିଥିଲା। ଗତ ୬ ମାସ ହେଲା ଗଳା ରେ କର୍କଟ ଯୋଗୁଁ ସେ ଚିକିତ୍ସିତ ହେଉଥିଲେ। ମୃତ୍ଯ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା । ସ୍ଵର୍ଗତ ପାଣ୍ଡିଆ ସ୍ଵର୍ଗତ ସାମ୍ବାଦିକ ଗୌରବ ଶିବପ୍ରସାଦ ପାଣ୍ଡିଆଙ୍କର କନିଷ୍ଠ ପୁତ୍ର। ସେ ରାଜେନ୍ଦ୍ର କଲେଜ ପରିସରରେ ଶୈକ୍ଷିକ ପରିବେଶ ସୃଷ୍ଟି ସହ ରାଜେନ୍ଦ୍ର କଲେଜର ପୂର୍ବ ଗୌରବ ଫେରାଇ ଆଣିବାକୁ ଅହରହ ଚେଷ୍ଟିତ ଥିଲେ। ଶ୍ରୀ ପାଣ୍ଡିଆ ଦିବ୍ୟ ଜୀବନ ସଂଘର ଜଣେ ବରିଷ୍ଠ ସଦସ୍ଯ ଥିଲେ। ତାଙ୍କ ଅକାଳ ବିୟୋଗ ଶିକ୍ଷା ସଂସ୍କାର ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କଲା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଆସନ୍ତା କାଲି ସକାଳେ ତାଙ୍କର ମରଶରୀର ଭୁବନେଶ୍ବରରୁ ଏଠାରେ ପହଁଞ୍ଚିବା ପରେ ଆସନ୍ତା କାଲି ତାଙ୍କର ଅନ୍ତେଷ୍ଟି କ୍ରିୟା ଅନୁଷ୍ଠିତ ହେବ।