ନୂଆଦିଲ୍ଲୀ, ଦେଶରେ ଗତ ୨୪ ଘଂଟା ମଧ୍ୟରେ ୨୫୨୯ ନୂଆ କରୋନା ମାମଲା ସାମନାକୁ ଆସିଛି । କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗୁରୁବାର ସକାଳ ସୁଦ୍ଧା ଦେଶରେ ୪ କୋଟି ୪୦ ଲକ୍ଷ ୪୩ ହଜାର ୪୩୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୨,୨୮୨ ରହିଛି । ଅଦ୍ୟାବଧି ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୮ ହଜାର ୭୪୫ ରହିଛି ।