-
ଦକ୍ଷିଣ ଉପକୂଳ ସମେତ ପାର୍ଶ୍ଵବର୍ତୀ ଜିଲ୍ଲା ଗୁଡିକରେ ବର୍ଷା ଜାରି
ଭୁବନେଶ୍ଵର, ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ଦ୍ୱୈତ-ସହର କଟକ ଏବଂ ଭୁବନେଶ୍ଵରରେ ମେଘୁଆ ପାଗ ସହ ଲାଗିରହିଛି ତୁହାକୁ ତୁହା ବର୍ଷା । ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ମଝିରେ ମଝିରେ ଘଂଟା ପ୍ରତି ବର୍ଷାର ତୀବ୍ରତା ୨ ରୁ ୩ ସେ.ମି. ଯାଏଁ ରହୁଛି।
ଦକ୍ଷିଣ ଉପକୂଳ ସମେତ ପାର୍ଶ୍ଵବର୍ତୀ ଜିଲ୍ଲା ଗୁଡିକରେ ବର୍ଷା ଜାରି ରହିଛି । ଦକ୍ଷିଣ ଉପକୂଳ ସମେତ, କୋରାପୁଟ, ରାୟଗଡା, ଜଗତସିଂହପୁର, କେନ୍ଦ୍ରାପଡା, କଟକ, କନ୍ଧମାଳ ଜିଲ୍ଲାରେ ବର୍ଷା ଲାଗିରହିଛି । ଉପକୂଳରେ ମେଘୁଆ ପାଗ ସହ କିଛି ଅଂଚଳରେ ହାଲୁକା ବର୍ଷା ଲାଗିରହିଛି ।