-
ପଟାଙ୍ଗିରେ ସର୍ବାଧିକ ୭୪.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ କୋରାପୁଟ ଜିଲ୍ଲାର ପଟାଙ୍ଗିରେ ସର୍ବାଧିକ ୭୪.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି । ସେହିପରି ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାରେ ୬୮.୦, ବାଲେଶ୍ଵର ଜିଲ୍ଲାର ଜଳେଶ୍ଵରରେ ୬୨.୦, ବାଲେଶ୍ଵର ଜିଲ୍ଲାର ରାଜଘାଟରେ ୬୨.୦, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ୬୧.୦, ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ୫୬.୪, ଭଦ୍ରକ ଜିଲ୍ଲାର ଭଦ୍ରକରେ ୫୫.୦, ବାଲେଶ୍ଵର ଜିଲ୍ଲାର ବାଲେଶ୍ଵରରେ ୫୩.୬, କଟକ ଜିଲ୍ଲାର ନରସିଂହପୁରରେ ୫୧.୦ ଏବଂ କୋରାପୁଟ ଜିଲ୍ଲାର ବନ୍ଧୁଗାଁରେ ୪୮.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି।
ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ଜଗତସିଂହପୁରରେ ୩୩.୩ ଡ଼ିଗ୍ରୀ ସେଲସିୟସ୍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ନୟାଗଡ଼ ଓ ବୌଦ୍ଧରେ ୧୮.୦ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।