ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଗୋପାଳପୁର ସମୁଦ୍ରରେ ଗତକାଲି ଅପରାହ୍ନରେ ୪ ଜଣ ସାଙ୍ଗ ଗାଧୋଉଥିବା ବେଳେ ଉଚ୍ଚ ଲହଡ଼ିରେ ଭାସିଯାଇଥିଲେ । ତେବେ ତନ୍ମଧ୍ୟରୁ ୩ ଜଣଙ୍କୁ ଲାଇଫଗାର୍ଡ଼ ମାନେ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ଆଜି ସକାଳେ ଗୋପାଳପୁର ଥାନା ପୋଲିସ ସମୁଦ୍ର କୂଳରୁ ନିଖୋଜ ସଞ୍ଜୟ ଦାଶଙ୍କ ଶବ ଉଦ୍ଧାର କରିଛି । ଶବ ଜବତ ପରେ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡ଼ିକାଲକୁ ପଠାଯାଇଛି । ଗତକାଲି ଉଦ୍ଧାର ହୋଇଥିବା ତିନି ଜଣ ହେଲେ ମଦନମୋହନ ଦାଶ, ଅବିନାଶ ଦାଶ ଓ ଦୀପକ ନାୟକ । ମୃତାହତ ସମସ୍ତଙ୍କ ଘର କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବାଉରୀ ସାହିରେ ବୋଲି ଜଣାପଡିଛି । ସମସ୍ତଙ୍କ ବୟସ ୧୫ରୁ ୧୮ ବର୍ଷ ମଧ୍ୟରେ ହେବ ।
Related Stories
November 22, 2024