
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,
କେନ୍ଦ୍ର ସରକାର ,ସଂସ୍କୃତ,ସଂସ୍କୃତି ଓ ସଂସ୍କାର ର କ୍ଷେତ୍ର ଜଗନ୍ନାଥ ପୁରୀ ରେ, ଶ୍ରୀଜଗନ୍ନାଥଙ୍କ ନାମରେ ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଆରମ୍ଭ କରିଥିବାରୁ ଓଡ଼ିଶା ଯୁବ ଚେତନା ସଂଗଠନ ଓଡ଼ିଶା ର ରାଜ୍ୟ ସଭାପତି ବଦ୍ରି ମିଶ୍ର , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଧେଇ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଜିକୁ ଚାରିବର୍ଷ ତଳେ, ଧର୍ମକ୍ଷେତ୍ର ପୁରୀ ରେ ଏକ ବେଦ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ୨୭ଏପ୍ରିଲ୍ ୨୦୧୮ରେ ଶ୍ରୀମିଶ୍ର,ନୁଆଦିଲ୍ଲୀ ଶାସ୍ତ୍ରୀ ଭବନରେ ତତ୍କାଳୀନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ଭେଟିଥିଲେ।ଆଜି ଏ ଘୋଷଣା ପରେ ଶ୍ରୀମିଶ୍ର, କେନ୍ଦ୍ରମନ୍ତ୍ରୀଙ୍କୁ ପୁରୀ ରେ ସାକ୍ଷାତ କରିଥିଲେ।