ଭୁବନେଶ୍ୱର, ଓଲା ସ୍କୁଟି କିଣିବାକୁ ଯାଇ ଠକାମୀର ଶୀକାର ହୋଇଛନ୍ତି ଜଣେ ଯୁବକ । ଖୋର୍ଦ୍ଧା ଜିଲ୍ଲାର ଆଲୋକ ମଲ୍ଲଙ୍କୁ ଓଲା ସ୍କୁଟି ଦେବାକୁ କହି ୨ ଟି ପର୍ଯ୍ୟାୟରେ ୪୮ ହଜାର ୫୦୦ ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ଏନେଇ ଆଲୋକ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ସୂଚନା ଅନୁଯାୟୀ ଆଲୋକ ସ୍କୁଟି କିଣିବା ପାଇଁ ଓଲା ଆପରେ ବୁକ କରିଥିଲେ । ପରେ ଆଲୋକଙ୍କୁ ସଙ୍ଗେ ସଙ୍ଗେ ଫୋନ କରିଥିଲେ ସାଇବର ଠକ । ଆକାଉଂଟ ଡିଟେଲସ ଦେଇ ଟଙ୍କା ପଠେଇବା ପାଇଁ କହିଥିଲେ । ଆଲୋକ ଠକେଇର ଶିକାର ହୋଇଥିବା ଜାଣିପାରି ଟଙ୍କା ପଠାଇବା ବନ୍ଦ କରିଦେଇଥିଲେ । ଆଜି ଏ ନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଆଲୋକ ମଲ୍ଲ । ଆଲୋକ ଦିନମଜୁରୀ କରୁଥିବା ବେଳେ ଟଙ୍କା ଫେରିପାଇବା ପାଇଁ ସାଇବର ଥାନାରେ ଗୁହାରି କରିଛନ୍ତି ।