କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ସ୍ଥାନୀୟ ବୋଧିଚକ୍ର ଓ ସର୍ବୋଦୟ ମେଳା ସମିତି ଆନୁକୁଲ୍ୟରେ ବିଶିଷ୍ଟ ଶିକ୍ଷାବିତ୍ ଓ ପ୍ରାବନ୍ଧିକ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ଗାନ୍ଧୀ ସ୍ମୃତି ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଡ୍ରାସ ଇନଷ୍ଟିଚ୍ୟୁଟ ଅଫ୍ ଡେଭଲପମେଣ୍ଟ ଷ୍ଟଡିଜର ପ୍ରଫେସର ଅନନ୍ତ କୁମାର ଗିରି ” ଚିତ୍ତରଞ୍ଜନଙ୍କ ସମାଜ ଚିନ୍ତନ ଓ ଆମର ବିକଳ୍ପ ଜାଗତିକ ଭବିଷ୍ୟତ” ବିଷୟରେ ପ୍ରଥମ ଚିତ୍ତରଞ୍ଜନ ଦାସ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ।
ଇଞ୍ଜିନିୟର ଗିରିଜା ଶଙ୍କର ପାଢ଼ୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡକ୍ଟର ବିପିନାନନ୍ଦ ମିଶ୍ର, ପ୍ରଫେସର ଜନ୍ମେଜୟ ଦ୍ଵିବେଦୀ , ଶିବପ୍ରସାଦ ମିଶ୍ର ଓ ମାନସ ରଞ୍ଜନ ମହାପାତ୍ର ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ବ୍ୟକ୍ତିତ୍ଵ ଓ କୃତିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଶିଶୁ ସମାଚାର ର ସମ୍ପାଦକ ସୁକାନ୍ତ ପଣ୍ଡା, ଆଲୋକ କୁମାର ପ୍ରଧାନ, ଯୋଗେଶ୍ୱର ପ୍ରହରାଜ, ଅନନ୍ତ ପ୍ରଧାନ, ଉପାସକ ଉମେଶ ଚନ୍ଦ୍ର ଦାସ , ଚନ୍ଦ୍ର ଶେଖର ମହାରଣା, ପ୍ରଫେସର ଶରତ ଚନ୍ଦ୍ର ସାହୁ , ଚିନ୍ମୟ ବିବେକ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ।ବୋଧିଚକ୍ରର ଉପସଭାପତି ଡଃ ବଳରାମ ଦାସ ପ୍ରାରମ୍ଭରେ ସ୍ଵାଗତ ଭାଷଣ ଦେବା ସହ ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ବର୍ଷବ୍ୟାପୀ ହେବାକୁ ଥିବା ଏହି ଶତବାର୍ଷିକୀ ସମାରୋହରେ ଚିତ୍ତରଞ୍ଜନ ଦାସଙ୍କ ସାହିତ୍ୟ ସମ୍ପର୍କରେ ମାସିକ ଆଲୋଚନା ଚକ୍ର ଓ ଶିଶୁ କିଶୋରମାନଙ୍କ ପାଇଁ ନବପଲ୍ଲବ କାର୍ଯ୍ୟକ୍ରମ ସମଗ୍ର ରାଜ୍ୟର ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରମାନଙ୍କରେ କରାଯିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା।