
ଧର୍ମଶାଳା, ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ ଘଟିଛି । ଘଟଣା ଘଟିଛି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ମଧୁପୁରଗଡ଼ ପଂଚାୟତ ଭୁବନପୁର ଗ୍ରାମରେ । ମୃତକ ହେଲେ ବାବନ ମଲିକଙ୍କ ପୁଅ ଚନ୍ଦନ (୧୬) ଓ ସୁଲେଖ ମଲିକଙ୍କ ପୁଅ ବାଞ୍ଛାନିଧି (୨୦) । ଆଜି ଦୁହେଁ ଗାଁ ନିକଟ ବିଲକୁ ଘାସ କାଟିବାକୁ ଯାଇଥିବା ସମୟରେ ହଠାତ ବଜ୍ରପାତ ହୋଇଥିଲା । ଫଳରେ ଦୁହେଁ ରାସ୍ତା ଉପରେ ଟଳି ପଡ଼ିଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ ।