
ଭୁବନେଶ୍ୱର,କଟକର ବିଭିନ୍ନ ଦୁର୍ଗାମଣ୍ଡପ ବୁଲି ମାଁ ଙ୍କୁ ଦର୍ଶନ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଏହି ଅବସରରେ ଶ୍ରୀ ପଟ୍ଟନାୟକ ମାଁ ଦୁର୍ଗାଙ୍କ ପୂଜାର୍ଚ୍ଚନା କରି ସମଗ୍ର ରାଜ୍ୟବାସୀଙ୍କ ମଙ୍ଗଳ ମନାସି ସୁଖ ସମୃଦ୍ଧି କାମନା କରିଛନ୍ତି । ଗତକାଲି ପିିସିସି ସଭାପତି ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲି ମା ଦୁର୍ଗାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।