
ଭୁବନେଶ୍ୱର,ଏସକର୍ଟ ସର୍ଭିସ ନାଁରେ ସାଇବର ଠକେଇ ଅଭିଯୋଗ ହୋଇଛି । କମିଶନରେଟ୍ ପୋଲିସ ଠକେଇର ମାଷ୍ଟରମାଇଣ୍ଡ ସୁଶାନ୍ତ ପାତ୍ର ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଯୁବତୀ ମଧ୍ୟ ଅଛନ୍ତି । ସେମାନଙ୍କ ଠାରୁ ସିମ, ମୋବାଇଲ,ବ୍ୟାଙ୍କ ଆକାଉଂଟ , ୮୭ ହଜାର ଟଙ୍କା, ସ୍କାନର କୋର୍ଡ ଓ ୧୦ଟି ଏଟିଏମ୍ କାର୍ଡ ଜବତ କରାଯାଇଛି । ସେମାନଙ୍କ ନାଁରେ ଥିବା ୨୦ଟି ଆକାଉଂଟ ଅଚଳ କରାଯାଇଛି ଓ ଆକାଉଂଟରେ ଥିବା ୨୦ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି ।
ଗିରଫମାନଙ୍କ ମଧ୍ୟରେ ୩ ଜଣ ଏସକର୍ଟ ସର୍ଭିସର ଲୋକ ଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ବିଷୟରେ ଜଣାପଡ଼ି ନାହିଁ । ଅଭିଯୁକ୍ତମାନେ ଫୋନରେ ଯୋଗାଯୋଗ କରି ହୋଟେଲରେ ଝିଅ ଯୋଗାଇ ଦେବାକୁ ଫୋନ କରି କହୁଥିଲେ ।