
ଭୁବନେଶ୍ୱର,ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ଅନୁମୋଦନ କ୍ରମେ ସୌମ୍ୟ ରଞ୍ଜନ ବରାଳାଙ୍କୁ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ସୁଶ୍ରୀ ଅନୁଲେଖା ବୋଷା ଖୋର୍ଦ୍ଧା ଜିଲ୍ଲାର ଛାତ୍ର କଂଗ୍ରେସ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି । ଏହି ନିଯୁକ୍ତିକୁ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସ ସଭାପତି ନିରୋଜ କୁନ୍ଦନ ମଞ୍ଜୁରୀ ଦେଇଥିଲେ । ପୂର୍ବରୁ ଶ୍ରୀ ବରାଳ ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସଂପାଦକ ଭାବରେ ସୂଚାରୁରୂପେ ଦାୟୀତ୍ୱ ନିର୍ବାହ କରୁଥିଲେ । ଖୋର୍ଦ୍ଧା ଜିଲ୍ଳାର ବିଭିନ୍ନ ମହାବିଦ୍ୟାଳୟ ଯାଇ ସେ ଛାତ୍ର କଂଗ୍ରେସର କାର୍ଯ୍ୟକ୍ରମ ଜାରି ରଖିବା ସହିତ ଛାତ୍ରମାନଙ୍କର ସ୍ୱାର୍ଥ ଓ ଅଧିକାରୀ ପାଇଁ ଲଢ଼େଇ କରିବେ ।