ଦେବାରେ ଯେଉଁ ଆନନ୍ଦ ଥାଏ ତାହା ଅବର୍ଣ୍ଣନୀୟ।ଏହି ଆନନ୍ଦ ର ଅମୃତ ଅନୁଭବ ଅନନ୍ୟ। ଏଭଳି ଏକ ଚେତନା କୁ ନେଇ ସମଗ୍ର ଭାରତବର୍ଷରେ ଦାନ ଉତ୍ସବ ପାଳନ ହେଉଥିବା ସମୟରେ ପ୍ରତିବର୍ଷ ପରି ମିଶନ ଓଡ଼ିଶା, ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ରେ ଆରମ୍ଭ କରିଛି ଦାନ ଉତ୍ସବ ସପ୍ତାହ। ଅନୁଷ୍ଠାନ ର ସଂପାଦକ ମଧୁସୂଦନ ମିଶ୍ରଙ୍କ ପରିଚାଳନା ରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଉତ୍ସବକୁ ଅତିରିକ୍ତ ଜିଲ୍ଲାପାଳ କୈଳାଶ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଜାତା ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ, ଶିଳ୍ପପତି ରାଜକିଶୋର ପାତ୍ର, ବିଭୁପ୍ରସାଦ ସାହୁ , ଡକ୍ଟର ଅଭିମନ୍ୟୁ ଭୂୟାଁ , ଡାକ୍ତର ଦୀପକ କୁମାର ସାହୁ ଓ ଦୁର୍ଗାଚରଣ ମିଶ୍ର ଉଦଘାଟନ କରିଥିଲେ। ଏନେଇ ପୁରୀ ଜିଲ୍ଲାର ଥାଲେସେମିଆ ରୋଗୀଙ୍କୁ ରକ୍ତଦାନ ପାଇଁ ଆୟୋଜିତ ରକ୍ତଦାନ ଶିବିର ରେ ରକ୍ତବୀର ବଦ୍ରି ମିଶ୍ର ୧୦୯ତମ ରକ୍ତଦାନ କରି ରେକର୍ଡ କରିଥିବା ସହ ୩୩ଜଣ ରକ୍ତଦାତା ରକ୍ତଦାନ କରିଥିଲେ।
ଏଥିସହ ଗୋପବନ୍ଧୁ ଆୟୁବେଦ ମହାବିଦ୍ୟାଳୟର ସଂଯୋଜନାରେ ଝଣ୍ଡୁ ଫାର୍ମାସୀ ସହଯୋଗ ରେ ଜିଲ୍ଲାର ୬୫ଜଣ ବ୍ୟକ୍ତିଙ୍କର ମୁକ୍ତଦେୟ ରେ ବୋନ୍ ମିନୋରାଲ ଡେନସିଟି ଟେଷ୍ଟ ଦାନ ଉତ୍ସବରେ ସଫଳତା ଦେଇଥିଲା। ବିଶିଷ୍ଟ ଆର୍ୟୁବେଦ ଚିକିତ୍ସକ ଡାକ୍ତର ଦେବଦାସଙ୍କ ନେତୃତ୍ବ ରେ ଡାକ୍ତର ଶାନ୍ତିଲତା ସାହୁ, ସୁଶାନ୍ତ ସ୍ବାଇଁ ଓ ସନ୍ତୋଷ ସାହୁ ଏହି ଚିକିତ୍ସା ଓ ପରୀକ୍ଷା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଜୟନ୍ତୀ ମହାପାତ୍ର, ମଧୁମିତା ମହାପାତ୍ର,ଶିବ ସେନାପତି, ଗୋବିନ୍ଦ ପାତ୍ର,ସୌମ୍ୟରଞ୍ଜନ ପାତ୍ର, କେଦାରନାଥ ମହାପାତ୍ର, ଶିବାନୀ ଶୁଭ୍ରଜ୍ୟୋତି,ବିଶ୍ଵନାଥ ଦାଶ,ହୃଷିକେଶ ପ୍ରଧାନ,ଓମପ୍ରକାଶ ମହାନ୍ତି,ଶାନ୍ତିଲତା ପ୍ରଧାନ, ଶିବରାମ ପ୍ରଧାନ, ଲାଲା ଅନନ୍ତ ସିଂହ,ଦୀପକ ପାତ୍ର, ନୀଳାଚଳ ଦାସ ପ୍ରମୁଖ ସହଯୋଗ କରିଥିବା ବେଳେ, କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଶ୍ୟାମପ୍ରକାଶ ସେନାପତି।ଏଇ ସପ୍ତାହ ରେ ମିଶନ ଓଡ଼ିଶା ପକ୍ଷରୁ ବିଦ୍ୟାଦାନ,ବୃକ୍ଷ ଦାନ ଓ ଜ୍ଞାନଦାନ ର କାର୍ଯ୍ୟକ୍ରମ କରାଯିବ ବୋଲି ମଧୁସୂଦନ ମିଶ୍ର ଜଣାଇଛନ୍ତି।