ଭୁବନେଶ୍ଵର,ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତୀ ସମୁଦ୍ର ମଧ୍ୟରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ଗତ ୨୪ ଘଂଟାରେ ମୟୂରଭଞ୍ଜ ଜିଲ୍ଲାର ଜାମଶୋଳାଘାଟରେ ସର୍ବାଧିକ ୬୮.୬ ମି.ମି. ବର୍ଷା ରେକର୍ଡ କରାଯାଇଛି । ସେହିପରି ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ୫୬.୦, ସୋନପୁର ଜିଲାର ଉଲୁଣ୍ଡାରେ ୪୬.୦, ବରଗଡ଼ ଜିଲ୍ଲାର ବରପାଲିରେ ୪୫.୦, ବାଲେଶ୍ଵର ଜିଲ୍ଲାର ୫ ନଂ ଜାତୀୟ ରାଜପଥ, ଗୋବିନ୍ଦପୁରରେ ୪୪.୪, ମୟୂରଭଞ୍ଜ ଜିଲ୍ଲାର ଉଦଳାରେ ୪୩ .୭, ମୟୂରଭଞ୍ଜ ଜିଲ୍ଲାର ବହଳଦାରେ ୪୩ .୬, ସମ୍ବଲପୁର ଜିଲ୍ଲାର ବୁର୍ଲାରେ ୪୩.୦, ମୟୂରଭଞ୍ଜ ଜିଲ୍ଲାର ତିରିଙ୍ଗରେ ୪୨.୬ ଏବଂ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ୪୧.୪ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ।
ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡ଼ାରେ ୩୪.୫ ଡ଼ିଗ୍ରୀ ସେଲସିୟସ୍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ବୌଦ୍ଧରେ ୧୯.୦ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।