-
ମୃଣ୍ମୟୀ ଦେବୀଙ୍କ ଅଷ୍ଟମୀ ପୂଜା, ପୀଠେ ମହାନବମୀ
ପୁରୀ, ଧର୍ମକ୍ଷେତ୍ର ତୀର୍ଥକ୍ଷେତ୍ର ଶ୍ରୀକ୍ଷେତ୍ର । ଶକ୍ତି ଓ ଶାକ୍ତଙ୍କ ପୂଜା ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳେ । ବିଭିନ୍ନ ସାହିର ପୂଜାମଣ୍ଡପରେ ଦେବୀ ଦୂର୍ଗାଙ୍କ ମୃଣ୍ମୟୀ ମୂର୍ତି ପୂଜା ଅନୁଷ୍ଠିତ ହେଉଛି । ହରଚଣ୍ଡୀ ସାହିର ବାରବାଟୀ, ଦୋଳମଣ୍ଡପ ସାହିର ଜହ୍ନିଖାଇ, ଖଜାପଟିର କାକୁଡ଼ିଖାଇ, ବାଲିସାହିର କାକୁଡ଼ିଖାଇ, ବଡ଼ଶଙ୍ଖର ମା ଶଙ୍ଖେଶ୍ଵରୀ, ମାର୍କେଟ ଛକରେ ମା ଦୁର୍ଗା, କରତି ସାହିରେ ହରଚଣ୍ଡୀ, ଖୁଂଟିଆ ସାହିରେ ଗେଲବାଇ, ମାଟିମଣ୍ଡପ ସାହିରେ ଶୂନ୍ୟଗୋଷାଣୀ ଓ ହରଚଣ୍ଡୀ , ଗୌଡ଼ବାଡ଼ ସାହିରେ ଜହ୍ନିଖାଇ, ମଣିକର୍ଣ୍ଣିକା ସାହିରେ ଚାମେଲି, ମାର୍କଣ୍ଡେଶ୍ଵର ସାହିରେ ସମ୍ପାଞ୍ଜି, ହରଚଣ୍ଡୀ ସାହିରେ ହତେଶ୍ଵରୀ, ଗେଲବାଇ, ବନଦୁର୍ଗା, ହଜୁରୀ ଠାକୁରାଣୀ, ଚକ୍ରକୋଟ, ବାସେଳୀ ସାହିରେ ବନଦୁର୍ଗା, ଶୀତଳ ପିଣ୍ଡା ସାହିରେ ଶୀତଳା, ଗୁଡ଼ିଆ ସାହିରେ ଜମକୋଟ, ସୁଆରସାହିରେ ଗୋସାଣି, ଲୋକନାଥ ରୋଡ଼ରେ ପଣାପ୍ରିୟା ଓ ଦୁର୍ଗାବାଡ଼ିରେ ମା ଦୁର୍ଗା ପୂଜା ପାଉଛନ୍ତି । ସପ୍ତମୀ ଠାରୁ ମଣ୍ଡପ ଗୁଡ଼ିକରେ ନିରାଡ଼ମ୍ବର ଭାବରେ ମାଙ୍କ ମୃଣ୍ମୟୀ ମୂର୍ତି ପୂଜା ପାଉଛି । ମାଙ୍କ ପୂଜାର୍ଚ୍ଚନା ବିଧି ଅନୁଯାୟୀ ଅନୁଷ୍ଠିତ ହେଉଛି । ଆଜି ମୃଣ୍ମୟୀ ଦେବୀଙ୍କ ଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । ଭକ୍ତମାନେ ଦୂରରୁ ଥାଇ ମାଙ୍କୁ ପ୍ରଣିପାତ କରୁଥିବା ଦେଖିବାକୁ ମିଳୁଛି । ସେହିପରି ମନ୍ଦିର ପୀଠମାନଙ୍କରେ ମାଙ୍କ ନବମୀ ପୂଜା ଅନୁଷ୍ଠିତ ହେଉଛି ।