ବାଲାଙ୍ଗୀର, ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରେରଣା ନିୟୁଜ ପୋର୍ଟାଲ ଓ ୟୁଟୁବ ଚାନେଲର ଦ୍ଵିତୀୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ପ୍ରେରଣାର ସମ୍ପାଦକ ରଘୁନନ୍ଦନ ସିଂହଙ୍କ ପରିଚାଳନରେ ଆୟୋଯିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇ ପ୍ରେରଣା ଖବରକାଗଜ ସବୁବର୍ଗର ଲୋକଙ୍କୁ ସମ୍ମାନ ଦେଇ ପ୍ରେରଣା ଯୋଗାଇଛି ବୋଲି କହି ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।
ସଭା ପ୍ରାରମ୍ଭରେ ଅତିଥି ମାନେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ସଭାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ବାଲାଙ୍ଗୀର ଏକ୍ସନ କମିଟି ଆବାହକ ଗୋପାଳଜୀ ପାଣିଗ୍ରାହୀ ଯୋଗଦେଇ ଏହି ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ବିଭିନ୍ନ ଜ଼ିଲ୍ଲାର ସାମ୍ବାଦିକ ଓ ପ୍ରେରଣା ଚାନେଲର ଉପସ୍ଥାପିକା ସୁଶ୍ରୀକାନ୍ତି ପାଣିଗ୍ରାହୀ ଓ ସୁଜାତା ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟବକ୍ତା ଭାବେ ବଲାଙ୍ଗୀର ମହାବିଦ୍ୟାଳୟର ପ୍ରାଧ୍ୟାପକ ସଦାଶିବ ମଲ୍ଲିକ ଯୋଗଦେଇ ୟୁଟୁବ ଚାନେଲକୁ ସ୍ଵାଗତଯୋଗ୍ୟ ବୋଲି କହିଥିଲେ ହେଲେ ତାର ଅପବ୍ୟବହାରକୁ ଓ ଫେକ ନିୟୁଜକୁ ରୋକିବାକୁ ପରାମର୍ଶ କରିଥିଲେ। ୟୁ ଟ୍ୟୁବ ତଥା ପ୍ରେରଣା ନ୍ୟୁଜ ପୋର୍ଟାଲର ସାମ୍ବାଦିକ ମନୋଜ ଜୈନ, ମନୋରଞ୍ଜନ ତ୍ରିପାଠୀ, ସୁଜାତା ମିଶ୍ର, ସୁଶ୍ରୀକାନ୍ତି ପାଣିଗ୍ରାହୀଙ୍କ ସମେତ ବିସପ୍ ଜିତେନ୍ଦ୍ର ଛତ୍ରୀଆ ଓ ସମ୍ପୂର୍ଣା ମାତୃଛାୟା ବୃଦ୍ଧାଶ୍ରମଙ୍କୁ ପ୍ରେରଣା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ଶିକ୍ଷାବିତ୍ ମନୋରଞ୍ଜନ ସାହୁଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଉତ୍ସବରେ ପ୍ରେରଣା ୟୁଟୁବ ଚେନାଲର ଉପସ୍ଥାପିକା ସୁଶ୍ରୀକାନ୍ତି ପାଣିଗ୍ରାହୀ ସଭା ମଞ୍ଚ ପରିଚାଳନା କରିଥିଲେ। ଶେଷରେ ମନୋରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରେରଣା ପରିବାରର ରବି ପଶାୟତ, ମନୋଜ ଜୈନ, ଜେଏସ୍ ଏମ୍ କମର୍ସ କଲେଜର ନିର୍ଦେଶକ ସି ଏ ଶ୍ରୀକାନ୍ତ ଶର୍ମା, ଟାଉନ୍ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର, ସାମ୍ବାଦିକ ଗୋପବନ୍ଧୁ ଶତପଥୀ, ମଳୟ ମିଶ୍ର, ଲଷ୍ମୀ ନାରାୟଣ ପଟ୍ଟନାୟକ, ବିଷ୍ଣୁ ପ୍ରସାଦ କେଡ଼ିଆ, ବ୍ରଜ ବିହାରୀ ନାଗ, ବାବୁ ପୁଝାରୀ, ଶ୍ରୀମନ୍ତ ପଣ୍ଡା, ବିନୋଦ ଦୀପ, ଆଇନଜୀବୀ ଜୟରାମ ମିଶ୍ର, ଶୁଭ୍ରାଂଶୁ ଶେଖର ପଣ୍ଡା, ଚିତ୍ରଶିଳ୍ପୀ ସତ୍ୟ ସିଂହଦେଓ, ସନ୍ତୋଷ କୁମାର ଠାକୁର, ଦେବାଶିଷ ବହିଦାରଙ୍କ ସମେତ ଏହି ସମାରୋହରେ ସହରର ବହୁ ବୁଦ୍ଧିଜୀବୀ ଓ ସାମ୍ବାଦିକ ମାନେ ଯୋଗ ଦେଇଥିଲେ।