
ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଗାନ୍ଧୀ ଆଦର୍ଶ,ସେବା, ମନ ବୃତ୍ତି ନେଇ ଶ୍ରୀକ୍ଷେତ୍ର ଅଟୋ ଚାଳକ ୟୁନିଅନ (CITU)ତରଫରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପୁରୀ ସହର ରେ ଓ ପୁରୀ ରୁ ଚନ୍ଦନ ପୁର ମାଗଣା ଦେୟମୁକ୍ତ ଅଟୋ ପରିବହନ ସେବା ଦେବା ପାଇଁ ସକାଳ 7ଟା ରେ ଟାଉନ ଥାନା ସାମନା ରେ ଉଦଘାଟନୀ କାର୍ଯ୍ୟକ୍ରମ ରେ ପୁରୀ ଉପ ଜିଲ୍ଲାପାଳ ଭବ ତାରଣ ସାହୁ, ଟାଉନ ଥାନା ଆଇ. ଆଇ. ସି ଗୋକୁଳ ରଞ୍ଜନ ଦାଶ ଅତିଥି ଭାବେ ଯୋଗ ଦେଇ ମାଗଣା ସେବାର ପ୍ରଶଂସା କରିଥିଲେ |ପୁରୀ ଲୋକେ, ଯାତ୍ରୀ, ପର୍ଯ୍ୟଟକ ଯିଏ ଯେଉଁଠିକି ଯିବେ ମାଗଣା ଭାବେ ଉପକୃତ ହେବେ |ଏହା ଦ୍ୱାରା ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ପୁରୀ ଅଟୋ ମାନଙ୍କ ପ୍ରତି ଓ ପୁରୀ ପ୍ରତି ଭଲ ଧାରଣା ନେଇ ଫେରିବେ |ପୁରୀ ର ସୁନାମ ଆହୁରି ଦିଗୁଣିତ ହେବ |ଅଟୋ ଭାଇ ମାନେ ସାରାଦିନ ହାତରୁ ତେଲ ପକାଇ ନିଜେ ରୋଜଗାର ହରେଇ ଅନ୍ୟ କୁ ସେବା ଦେବା ମହତ କାମ ବୋଲି କହିଥିଲେ |ୟୁନିଅନ ସଭାପତି ଆଡ଼ଭୋକେଟ ଶରତ କୁମାର ରାୟଗୁରୁ ଏଥିରେ ଅଧକ୍ଷତା କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ କୃପାସିନ୍ଧୁ ପଣ୍ଡା, ଜଗନ୍ନାଥ ଦେଓ, ପୂର୍ଣ୍ଣ ମୁଦୁଲି, ରାଜକିଶୋର ସାହୁ,ରାଜେଶ ଜେନା,କାଳିଆ ବେହେରା, ନୃସିଂହ ସେଠି, ପ୍ରଫୁଲ ସାହୁ, ଲଡ଼ୁ ସାହୁ, ସୁଶାନ୍ତ ମାର୍ଥା, ରତନ ସାହୁ, ଗୋବିନ୍ଦ ମାନ୍ନା ସମେତ ୟୁନିଅନ ର ଦୁଇ ଶହ ରୁ ଉର୍ଦ୍ଧ ଅଟୋଡ୍ରାଇଭର ମାଗଣା ସେବା ଦେବାପାଇଁ ଆଗେଇ ଆସି ଥିଲେ |