
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ନିଶା ହଟାଅ, ଦେଶ ବଞ୍ଚାଅ, ନିଶା ସଙ୍ଗେ ଦୋସ୍ତି ଜୀବନରୁ ମୁକ୍ତି ସ୍ଳୋଗାନ ଦେଇ ମହାତ୍ମାଗାନ୍ଧୀ ଓ ଲାଲବାହାଦୂର ଶାସ୍ତୀ ଙ୍କ ଜୟନ୍ତୀରେ ପୁରୀକୁ ମଦମୁକ୍ତ କରିବା ପାଇଁ ଆହ୍ଵାନର ଦେଇଥିଲେ ନିଶାମୁକ୍ତି ଅଭିଯାନର ବରିଷ୍ଠ ନାଗରିକ,ସାମାଜିକ କର୍ମୀ।
ପର୍ଯ୍ୟଟନ ସହର ପୁରୀ, ଆଧ୍ୟାତ୍ମିକ ସହର ପୁରୀରୁ ମଦକୁ ସମ୍ପୂର୍ଣ ବନ୍ଦ କରିବା ପାଇଁ ଆହ୍ବାନ ଦିଆଯାଇଥିଲା। ମଦମୁକ୍ତି ପାଇଁ ଗାନ୍ଧୀସ୍ମୃତି ପୀଠରେ ସତ୍ୟାଗ୍ରହ କରାଯାଇଥିଲା।
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଧାମ ପୁରୀକୁ ସରସ ସୁନ୍ଦର କରିବା ପାଇଁ ଯେଉଁଠି ସରକାର ଚେଷ୍ଟା କରୁଛନ୍ତି ସେଠି କାହିଁକି ମଦକୁ ପ୍ରୋତ୍ସାହନ ଦିଆଯାଉଛି। ଭାରତବର୍ଷର ଅନେକ ଧାର୍ମିକ ସ୍ଥାନ ହରିଦ୍ବାର, ରୁଷିକେଶ, ବନାରସ ଆଦି ଅନେକ ସ୍ଥାନରେ ମଦ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି ଏପରିକି ଅନେକ ରାଜ୍ୟ ମଧ୍ୟ ମଦ ବନ୍ଦ କରିଦେଇଛନ୍ତି ସେଠାରେ ଓଡିଶାରେ ମଦର ବ୍ୟାପକ ପ୍ରଚାର କରାଯାଉଛି ଫଳରେ ପ୍ରତିଦିନ ଦୁର୍ଘଟଣ ଜନିତ ମୃତ୍ୟ ବଢିଚାଲିଛି। ପାରିବାରିକ କଳହ ଓ ହତ୍ୟା ଆଦି ଘଟଣା ବଢୁଛି। ତେଣୁ ପୁରୀ ତଥା ଓଡିଶାରୁ ମଦ ବନ୍ଦ କରାଯାଉବୋଲି ଦାବୀ ପୋଷଣ କରାଯାଇଥିଲା ।