-
ସକ୍ରିୟ ମାମଲା ୩୭,୪୪୪
ନୂଆଦିଲ୍ଲୀ, ଦେଶରେ ଗତ ୨୪ ଘଂଟା ମଧ୍ୟରେ ୩,୩୭୫ ନୂଆ କରୋନା ମାମଲା ସାମନାକୁ ଆସିଛି । କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ରବିବାର ସକାଳ ସୁଦ୍ଧା ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୭,୪୪୪ ରହିଛି । ଗତକାଲି ସୁଦ୍ଧା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୮ ହଜାର ୬୫୫ ରହିଛି ।
ଦେଶରେ ଗତ ୨୪ ଘଂଟା ମଧ୍ୟରେ କୋଭିଡ ପାଇଁ ୨,୬୪,୧୨୭ ନମୂନା ପରୀକ୍ଷଣ
ନୂଆଦିଲ୍ଲୀ,ଦେଶରେ ଗତ ୨୪ ଘଂଟା ମଧ୍ୟରେ କୋଭିଡ ପାଇଁ ୨,୬୪,୧୨୭ ନମୂନା ପରୀକ୍ଷଣ କରାଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା ୮୯,୫୬,୧୪,୦୪୬ ନମୂନାର ପରୀକ୍ଷଣ କରାଯାଇଥିବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ପକ୍ଷରୁ ସୂଚନା ଦିଆଯାଇଛି ।