-
ପ୍ରଭାତ ଫେରୀ ଏବଂ ବୃକ୍ଷରୋପଣ କାଯ୍ୟକ୍ରମ ର ଆୟୋଜନ
-
ସ୍ୱଚ୍ଛତା ସଚେତନତା ଉପରେ ନୁକ୍କଡ ନାଟକ
ଭୁବନେଶ୍ୱର, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ଆଜି ପୂର୍ବ ତଟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ରେଳ ସଦାନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ଠାରେ ପାଳିତ ହୋଇଛି । ପୂବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀ, ବରିଷ୍ଠ ଅଧିକାରୀ ଏବଂ ପୂର୍ବତଟ ରେଳପଥ ର ମହିଳା କଲ୍ୟାଣ ସଂଗଠନର କର୍ମଚାରୀ ମାନେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ଏହାପରେ ସମସ୍ତ ପୂର୍ବତଟ ରେଳପଥର ଅଧିକାରୀମାନେ ପ୍ରଭାତ ଫେରି ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି ଅବସରରେ ସ୍ୱଚ୍ଛତାର ମହତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ନୁକ୍କଡ ନାଟକ ର ଆୟୋଜନ କରାଯାଇଥିଲା । ପୂର୍ବତଟ ରେଳପଥ ୧୬ ସେପ୍େଟମ୍ବର ରୁ ୩୦ ସେପ୍େଟମ୍ବର ୨୦୨୨ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ୍ୟ (ପଖୱାଡା) ର ଆୟୋଜନ କରିଥିଲା । ସମସ୍ତ ସ୍ତରର ରେଳବାଇ କର୍ମଚାରୀ ମାନେ ଷ୍ଟେସନ, ଟ୍ରେନ୍, କୋଚ୍ ରକ୍ଷଣାବେକ୍ଷଣ ଡିପୋ, ବିଭିନ୍ନ କାର୍ଯ୍ୟାଳୟ, କର୍ମକ୍ଷେତ୍ର ଏବଂ ରେଳ କଲୋନୀରେ ଆୟୋଜିତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସ୍ୱଚ୍ଛତା ପକ୍ଷ୍ୟ ପାଳନ ସମୟରେ ପୂର୍ବତଟ ରେଳ କର୍ମଚାରୀଙ୍କ ପିଲା ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ଚିତ୍ର, ପ୍ରବନ୍ଧ ଲେଖା ଇତ୍ୟାଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ସ୍ୱଚ୍ଛତା ପକ୍ଷ୍ୟ ସମାପନ ଅବସରରେ ପୂବତଟ ରେଳପଥର ମହାପ୍ରବନ୍ଧକ ଏହି ପ୍ରତିଯୋଗିତାର ବିଜେତାମାନଙ୍କୁ ପ୍ରମାଣପତ୍ର ଏବଂ ଟ୍ରଫି ପ୍ରଦାନ କରିଥିଲେ । ପ୍ରମୁଖ ମୁଖ୍ୟ ମେକାନିକାଲ୍ ଇଞ୍ଜିନିୟର ଶ୍ରୀ ଆର ରାଜଗୋପାଲ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ବିଭାଗର ସମସ୍ତ ମୁଖ୍ୟ, ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।