ଭଦ୍ରକ – ମିଳିତ ଜାତିସଂଘ ଶିଶୁ ଅଧିକାରୀ ଘୋଷଣାନାମା(ୟୁଏନ୍.ସି.ଆର.ସି.)ର ୩୦ତମ ଉସôବ ପରିପ୍ରେକ୍ଷୀରେ ଶିଶୁ ଅଧିକାର ଦିଗରେ କାମ କରୁଥିବା ଅଂଶୀଦାର ମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ କର୍ମଶାଳା (ଓଏସିଆର) ର ସାଥିରୂପେ କାର୍ଯ୍ୟକରୁଥିବା ଅନୁଷ୍ଠାନ ପକ୍ଷରୁ ବାଇପାସ୍ସ୍ଥିତ ଆସିଆନା ମୁକ୍ତଶ୍ରୟ କେନ୍ଦ୍ର ପରିସରରେ “ସାଥୀ”ର ପରିଚାଳକ ପ୍ରଦୀପ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିରୂପେ ପୋଲିସ କିଶୋର ନ୍ୟାୟ ୟୁନିଟିର ଅଧ୍ଯକ୍ଷ ତଥା ଡ଼ିଏସ୍ପି (ଏଚ୍.ଆର.ପି.ସି.) ସୁରେଶ ଚନ୍ଦ୍ର େଯନା ସମ୍ମାନୀତ ଅତିଥି ରୂପେ ଶିଶୁମଙ୍ଗଳ କମିଟିର ସଦସ୍ୟ ସତ୍ୟସୁନ୍ଦର ପୁହାଣ, ପ୍ରଦୀପ୍ତ କୁମାର କର କିଶୋର ନ୍ୟାୟ ପରିସଦର ସଦସ୍ୟ ଆଇନ୍ଜୀବୀ ଶିବପ୍ରସାଦ ମହାନ୍ତି, ଜିଲ୍ଲାଶିଶୁସୁରକ୍ଷା ୟୁନିଟିର ଅଧିକାରୀ ବିଜୟ କେତନ ସାହୁ, ଚାଇଲ୍ଡ ଲାଇନର ନିଦ୍ର୍ଧେଶିକା ସୋଫିଆ ସେକ୍, ଶିଶୁସୁରକ୍ଷା ୟୁନିଟ୍ର ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ, ଫେଲୋସିପ୍ର ନିଦ୍ର୍ଧେଶକ ଲଲାଟେନ୍ଦୁ ମହାନ୍ତି ପ୍ରମୁଖ େଯାଗଦାନ କରି ଶିଶୁ ସୁରକ୍ଷାର ବିଭିନ୍ନ ଦିଗ , କ୍ଷେତ୍ର ସ୍ତରରେ ଶିଶୁ ସୁରକ୍ଷା ସଂଗଠନକୁ ମଜବୁତ୍ କରିବା ପାଇଁ ପଦକ୍ଷେପ ଉପରେ ଗୁରୁତ୍ବ ଦେଇଥିଲେ। ସାଥୀ ପକ୍ଷରୁ ୪ଜଣ ଅନୁସନ୍ଧକ ତିନୋଟି ପାୟତରେ ଶିଶୁସୁରକ୍ଷା ଉପରେ ଗବେଷଣା ସହ ବିଭିନ୍ନ ବ୍ୟକ୍ତି ଓ ଶିଶୁଙ୍କ ସହ ଆଲୋଚନା କରିଥିବା ସର୍ଭେକୁ କର୍ମଶାଳାରେ ଉତ୍ଥାପନ କରିଥିଲେ। ଶିଶୁମାନେ ଏବେ ବି ତୃଣମୂଳ ସ୍ତରରେ ଅସୁରକ୍ଷିତ ରହୁଛନ୍ତି। ଏବଂ ବିଭିନ୍ନ କ୍ଷେତ୍ରରେ ଶିଶୁ ମଙ୍ଗଳ ସଚେତନ କରିବା ପାଇଁ ବିଭିନ୍ନ ସଂସ୍ଥା, ପଂଚାୟତ ଠୁଁ ବ୍ଲକ ଯାଏ କମିଟିର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି ବୋଲି ଉଲ୍ଲେଖ କରିଥିଲେ। ଏହି କର୍ମଶାଳାରେ ଜିଲ୍ଲା ସ୍ତରରେ ଥିବା ବିଭିନ୍ନ ଶିଶୁ ଅନୁଷ୍ଠାନର ସଂପାଦକ ଅଧ୍ଯକ୍ଷ ଚାଇଲ୍ଡଲାଇନ୍ ସବ୍ ସେଂଟର ଚାନ୍ଦବାଲି, ପ୍ୟାନେଲ ଲୟାର ସ୍ବୋଚ୍ଛାସେବୀ ସଂଗଠନ ଭଦ୍ର ଚାଇଲଡ଼ ଲାଇନର କର୍ମକର୍ା େଯାଗଦାନ କରିଥିଲେ। ସାଥୀର କର୍ମଚାରୀ ଶୁଭଶ୍ରୀ ମହାନ୍ତି, ନିରୂପମା ମହାନ୍ତି ସମେତ ଆସିଆନାର ରିଆଜ ଅହମ୍ମଦ, ବିକାଶ ରାଉତ, ରାନୁ ଜେନା ପ୍ରମୁଖ ସହେଯାଗ କରିଥିଲେ ପରିଶେଷରେ ସଂଗଠନ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
Related Stories
November 23, 2024