ଘଟଗାଁ, କେନ୍ଦୁଝର ଜିଲ୍ଲାସ୍ତରୀୟ ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି । ଏଥିନିମନ୍ତେ ସଚେତନତା ଶୋଭାଯାତ୍ରା ସାଧାରଣ ସଭା ଓ ସ୍ଵେଚ୍ଛାକୃତ ରକ୍ତଦାନ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. କିଶୋର କୁମାର ପୃଷ୍ଟି, ମୁଖ୍ୟ ଅତିଥି ଡକ୍ଟର ରମାକାନ୍ତ ମୁଣ୍ଡା, ଜିଲ୍ଲା ରେଡକ୍ରସ ଯୁଗ୍ମ ସଂପାଦକ ଏ.ଆର.ଖାନ ସମ୍ମାନୀତ ଅତିଥି ଭାବେ ଯୋଗଦେବା ସହ ଉଦବୋଧନ ଦେଇ ଚଳିତ ବର୍ଷ ରକ୍ତଦାନ ସଂହତିର ପ୍ରତିକ ଅଟେ । ଏହି ପ୍ରୟାସରେ ସାମିଲ ହୋଇ ମୂଲ୍ୟବାନ ଜୀବନ ବଞ୍ଚାନ୍ତୁ ଶୀର୍ଷକରେ ବ୍ୟାପକ ଆଲୋଚନା କରିଥିଲେ ।
ରକ୍ତଦାତା ଅଂଶୁମାନ ଚକ୍ରବର୍ତ୍ତୀ, ଆକାଶ ରାଜ, ଲମ୍ବୋଦର ମହାନ୍ତ, ଚିନ୍ମୟ ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା କରାଯାଇ ମାନପତ୍ର ପ୍ରଦାନ କରାଯାଇଥିଲା । ଅକ୍ଷୟ କୁମାର ସାହୁ, ଗୌରିଶଙ୍କର ମଲ୍ଲିକ, ସରୋଜ କୁମାର ପଣ୍ଡା, ଶଙ୍କର ନାଏକ, ରଞ୍ଜନ ମହାନ୍ତ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ହେଲଥ୍ କମ୍ୟୁନିକେସନ ଅଫିସର ପିତବାସ ମିଶ୍ର ସ୍ଵାଗତ ଭାଷଣ ଦେଇଥିବା ସହିତ ଶିବିର ପରିଚାଳନା କରିଥିଲେ ।