
ପୁରୀ,ବିଶ୍ବସ୍ତରୀୟ ପର୍ଯ୍ୟଟନ ସହର ପୁରୀ ଶ୍ରୀସେତୁ ଓ ଶ୍ରୀମନ୍ଦିର ଚତୁଃପାର୍ଶ ସୌନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ସାହି ଗଳିକନ୍ଦି ରାସ୍ତା ଏବେ ଦୟନୀୟ ଅବସ୍ଥାରେ ପଡ଼ି ରହିଛି । ଫ୍ଲେବର ଇଟା ପକାଇ ଫୁଟପାଥ ନିର୍ମାଣ ହେବା ପରେ ତା ଉପରେ ଦୋକାନିମାନେ ବାଇକ ରଖୁଛନ୍ତି । ଫୁଟପାଥ ରାସ୍ତା ଠାରୁ ଉଚ୍ଚା ହେବାର ନିୟମ ଥିଲେ ମଧ୍ୟ ତାହା ରାସ୍ତାକୁ ଲାଗି କରି ରହୁଥିବାରୁ ଗାଡ଼ି ମଟର ଫୁଟପାଥ ଉପର ଦେଇ ଯାଆସ କରୁଛି । ପାର୍ବଣ ଋତୁରେ ହଜାର ହଜାର ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଶ୍ରୀକ୍ଷେତ୍ରକୁ ଆସିବେ । ସ୍ୱର୍ଗଦ୍ବାର ନିକଟ ସମୁଦ୍ରକୂଳ ରାସ୍ତା ଏବେ କଦର୍ଯ୍ୟ ଅବସ୍ଥାରେ ପଡ଼ିଛି । ହଜାର ହଜାର ଯାତ୍ରୀ ଟ୍ରେନରେ ଆସୁଥିବା ବେଳେ ଗରୁଡ଼ ଛକ ଠାରୁ ନନ୍ଦାଳୟ ପର୍ଯ୍ୟନ୍ତ ରେଲୱେ ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇ ରହିଛି । ବର୍ଷା ହେଲେ
ରାସ୍ତାସାରା ପାଣି ଜମି ରହୁଛି । ସେହିପରି ମାଟିଆପଡ଼ା ବାଲିଘାଟ ରାସ୍ତା,ମାଟିଆପଡ଼ା ଅଠରନଳା ରାସ୍ତା, କୁମ୍ଭାରପଡ଼ା, ଗଜପତି ନଗର, ବଡ଼ଶଙ୍ଖ ନୂଆସାହି, ଖାକିମଠ ନୂଆସାହି, ତଳମାଳି ସାହି,ହେରାଗୋହିରୀ ସାହି, ମାଉସୀମା ମନ୍ଦିର ଗଳି, ତ୍ରିଦେବ ନଗର, ଦତତୋଟା, ପ୍ରଭାତ ଲେନ, ହଡ଼ଗୋଡ଼ିଆ ସାହି, ତୁଡ଼ଙ୍ଗ ସାହି ବାସେଳି ସାହି, ଲୋକନାଥ ରୋଡ଼ ବାଲିସାହି, ଗଣମଲ୍ଲ ସାହି, କାଳିକାଦେବୀ ସାହି, ହରଚଣ୍ଡୀ
ସାହି, ଭୋଗମଣ୍ଡ ରାସ୍ତା ଦ୍ବାରିକାନାଥ ଲେନ୍ ଓ ବାଲି ନୋଳିଆ ସାହି ରାସ୍ତା ଗୁଡ଼ିକ ସମତଳ ଓ ବିନା ପ୍ରତିବନ୍ଧକ ବିହୀନ ହୋଇନଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ଅନ୍ୟପକ୍ଷରେ ପୌରସଂସ୍ଥା ଭାଙ୍ଗି ଯାଇଥିବାରୁ କାଉନସିଲର ନଥିବା ଯୋଗୁ କାଉନସିଲର ନଥିବାରୁ ସାହି
ରାସ୍ତା ସମ୍ପର୍କରେ କେହି ସ୍ବର ଉତୋଳନ କରୁନାହାନ୍ତି ।