ସାରା ଭାରତରେ ସ୍ଵଚ୍ଛତା ଅଭିଯାନ ୨ ଦ୍ଵିତୀୟ ସଂସ୍କରଣ ଆରମ୍ଭ ହେବା ଅବସରରେ, ସଡ଼କ ସୁରକ୍ଷା ଏବଂ ସ୍ଵଚ୍ଛତା ଅଭିଯାନ ସମ୍ପର୍କରେ ଏକ ସଚେତନତା ଶିବିର “ ସଂପର୍କ” ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ, ପୁରୀ ର ମିଳିତ ଆନୁକୂଲ୍ୟରେ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ, ପୁରୀରେ ଅନୁଷ୍ଠିତ ହୋଇଯାଇଛି ।
ଶିଳ୍ପ ତାଲିମ ପ୍ରତିଷ୍ଠାନ, ପୁରୀ ର ପ୍ରଶିକ୍ଷଣ ଅଧିକାରୀ ମନୋଜ କୁମାର ଦାସଙ୍କ ସଭାପତିତ୍ବରେ ଆରମ୍ଭ ହୋଇଥିବା ସଭାରେ,
ସୁରକ୍ଷିତ ଯାତ୍ରା ଏବଂ ସ୍ଵଚ୍ଛ ପରିବେଶ ସମ୍ପର୍କରେ ମତ ବ୍ୟକ୍ତ କରି ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଜୟଶଙ୍କର ଯୋଶୀ କହିଲେ – ଆମ ପରିବେଶ ସ୍ଵଚ୍ଛ ସୁନ୍ଦର ରହିଲେ ସ୍ୱାସ୍ଥ୍ୟ ଠିକ ରହିବ, ଦେଶ ର ଉନ୍ନତି ହେବ । ଆମେ ସଚେତନ ରହିଲେ ସଡ଼କ ସୁରକ୍ଷା ହୋଇପାରିବ, ସମାଜରେ ଦୁର୍ଘଟଣା ର ପରିମାଣ ହ୍ରାସ ପାଇବ ।୧ ଅକ୍ଟୋବର ଠାରୁ ସ୍ଵଚ୍ଛତା ଅଭିଯାନ (Clean India) ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୩୧ ରାଷ୍ଟ୍ରୀୟ ଏକତା ଦିବସ ପର୍ଯ୍ୟନ୍ତ ବିଭିନ୍ନ ଯୁବ ସଂଗଠନ ସହଯୋଗ ରେ ପୁରୀ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରେ ଚାଲିବ । “ସଂପର୍କ” ର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ ଯୋଗ ଦେଇ କହିଲେ –ଯୁବକ ମାନେ ସଚେତନ ହେଲେ ସଡ଼କ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ । ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ “ସ୍ବଚ୍ଛ ଭାରତ ଅଭିଯାନ” କୁ ସାକାର କରିବାକୁ ଯୁବ ପିଢ଼ି ଆଗେଇ ଆସି ନିଜ ବିଦ୍ୟାଳୟ ପରିସର, ପରିବେଶ ସ୍ୱଚ୍ଛ ରଖିବାକୁ
ଆହ୍ବାନ ଦେଇଥିଲେ । ଭାରତ ବିକାଶ ପରିଷଦର କ୍ଷେତ୍ରୀୟ ସାଧାରଣ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ଯୋଗ ଦେଇ କହିଲେ କରୋନା ଆମକୁ ସ୍ଵଚ୍ଛତାରୁ ସୁରକ୍ଷା ମନ୍ତ୍ର ଶିଖାଇ ଦେଇଛି । ଯୁବ ସମାଜ ସ୍ଵଚ୍ଛ ହେଲେ ରୋଗ କମିବ ଓ ରାଷ୍ଟ୍ର ସଶକ୍ତ ହେବ । ବକ୍ତାଙ୍କ ହାତରେ ମାଇକ ର ଏବଂ ଯୁବକଙ୍କ ହାତରେ ବାଇକର ଗତି ବଢ଼ିଯାଇଥାଏ । ସୁରକ୍ଷିତ ଯାତ୍ରା କରି ଭାରତ ବର୍ଷକୁ ସମର୍ଥ ସଶକ୍ତ କରିବାକୁ ହେଲେ ଯୁବକ ମାନେ ସ୍ବଚ୍ଛ ଏବଂ ସଚେତନ ତଥା ରାଷ୍ଟ୍ର ଭକ୍ତ ହେବା ର ଆବଶ୍ୟକତା ଅଛି । ଏବିଭିପି ର ବିଭାଗ ସଂଯୋଜକ ତାରା ପ୍ରସାଦ ଦାଶ କହିଲେ ବିଶ୍ଵରେ ସବୁଠୁ ଅଧିକ ସଡ଼କ ଦୁର୍ଘଟଣା ଭାରତ ବର୍ଷରେ ହେଉଛି । ସଡ଼କ ଦୁର୍ଘଟଣା କୁ ପ୍ରତିହତ କରି ଧନ ଜୀବନ ର ସୁରକ୍ଷା ପାଇଁ ଯୁବ ପିଢ଼ି ସଚେତନ ହୋଇ ଜାଗ୍ରତ ହେବାର ଆବଶ୍ୟକତା ଅଛି । ଶିଳ୍ପ ତାଲିମ ପ୍ରତିଷ୍ଠାନ, ପୁରୀ ର ଅଧ୍ୟକ୍ଷା
ଇଞ୍ଜିନିୟର ସସ୍ମିତା ବେହେରା ଉପସ୍ଥିତ ଥିଲେ ।
ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ, ସ୍ଵଚ୍ଛ ଭାରତ ବ୍ୟାଚ ପ୍ରଦାନ କରାଯାଇଥିଲା । ଶିଳ୍ପ ତାଲିମ ପ୍ରତିଷ୍ଠାନ, ପୁରୀ ର ସମସ୍ତ
ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ବିସ୍ମୟ ପଟ୍ଟନାୟକ, ବାସୁଦେବ ସେନାପତି, ଶିବାନନ୍ଦ ପାଢ଼ୀ,
କୃଷ୍ଣଚନ୍ଦ୍ର ସାହୁ, ରାକେଶ ସେଠୀ, ସତ୍ୟକାମ ସାହୁ, ସଂଦୀପ୍ତ ଜାଲି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶିଳ୍ପ ତାଲିମ ପ୍ରତିଷ୍ଠାନ, ପୁରୀ ର ଅନିତା ଜଗଦେବ ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ I
Related Stories
November 22, 2024