
ପୁରୀ ପେଣ୍ଠକଟା ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ସ୍ବେଚ୍ଛାସେବୀ ସଙ୍ଗଠନ ଗୋପବନ୍ଧୁ ସେବା ପରିଷଦ ତରଫରୁ ରାଷ୍ଟ୍ରୀୟ ପୋଷଣ ମହା ପାଳନ କରାଯାଇଛି | ଏହି ସଚେତନତା ଶିବିରରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ରୂପେ ଟ୍ୱିଟର ଆକ୍ଟିଭିଷ୍ଟ ବିପିନ ମହାନ୍ତି ଗୋପବନ୍ଧୁ ସେବା ପରିଷଦର ଅଧ୍ୟକ୍ଷ ପ୍ରଦୀପ କୁମାର ମହାରଣା, ଜିଲ୍ଲା ସଂଯୋଜିକା ଶ୍ରୀମତି ଏଲିନା ମିଶ୍ର ଯୋଗ ଦେଇଥିଲେ।
ଶ୍ରୀଯୁକ୍ତ ତ୍ରିପାଠୀ ନିଜର ବକ୍ତବ୍ୟରେ ପେଣ୍ଠକଟା ର ମହିଳାମାନଙ୍କୁ କର୍ମଠ ତଥା ନିଜକୁ ପରିଚାଳନା କରିବାରେ ସମର୍ଥ ବୋଲି ଅଭିବ୍ୟକ୍ତ କରିଥିଲେ, କିଶୋରୀ ଅବସ୍ଥାରୁ ପ୍ରସୂତି ପର୍ଯ୍ୟନ୍ତ ସମୟ ମହିଳା ମାନଙ୍କ ପାଇଁ ପୋଷଣର ଗୁରୁତ୍ୱକୁ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ |ମହିଳା ମାନଙ୍କ ବିକାଶରେ ସରକାରଙ୍କ ବିଭିର୍ଣ୍ଣ ପଦକ୍ଷେପ କୁ ସେ ଆଲୋଚନା କରିବା ସହ ଅଙ୍ଗନ ବାଡ଼ି କର୍ମୀ ମାନଙ୍କର ଏହି ଦିଗରେ ଭୂମିକାକୁ ଭୃୟସୀ ପ୍ରଶଂସା କରିଥିଲେ।
ଯୁବ ସମାଜସେବୀ ବିପିନ ମହାନ୍ତି ନିଜର ସ୍ୱଳ୍ପ ବକ୍ତବ୍ୟରେ ପେଣ୍ଟକଟାରେ ଥିବା ମହିଳାମାନେ ତେଲୁଗୁ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ଅଙ୍ଗନବାଡି ଦିଦି ମାନେ ତାଙ୍କ ସହିତ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରୁଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ପେଣ୍ଠକଟା ଉପରେ ସରକାରୀ ସ୍ତରରେ ହେଉଥିବା କାର୍ଯ୍ୟକ୍ରମ କିପରି ଆହୁରି ଗୁଣାତ୍ମକ ହେବ ତାହା ଆଲୋକପାତ କରିଥିଲେ।
ଗୋପବନ୍ଧୁ ସେବା ପରିଷଦର ଅଧ୍ୟକ୍ଷ ପ୍ରଦୀପ କୁମାର ମହାରଣା ଏକ ମାସ ଧରି ପାଳନ କରାଯାଉ ଥିବା ପୋଷଣ ମାସ ମହିଳାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁ ଏବଂ କିଶୋରୀ ଅବସ୍ଥାରୁ ପ୍ରସ୍ତୁତି ପର୍ଯ୍ୟନ୍ତ ସେମାନେ କିପରି ନିଜକୁ ସୁସ୍ଥ ସବଳ ରଖିବେ ସେ ବିଷୟରେ ବକ୍ତବ୍ୟ ରଖିଥିଲେ।
ପେଣ୍ଟକଟା ଭଳି ଭାଷା ପ୍ରତିବନ୍ଧକ ଅଞ୍ଚଳରେ ଅଙ୍ଗନବାଡି ଦିଦିଙ୍କ କାର୍ଯ୍ୟ ଶୈଳୀକୁ ଅଧିକ ମଜଭୁତ କରିବା ପାଇଁ ଯୁବ ସମାଜ ସେବୀ ବିସ୍ମୟମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି |ଏହି କାର୍ଯ୍ୟକ୍ରମରେ ଗୋପବନ୍ଧୁ ସେବା ପରିଷଦର ସଦସ୍ୟ କେ କୃପାରାଓ, ସବିତା ରଥ,ସୁଶ୍ରୀ ଶୁଭସ୍ମିତା ପରିଜା ନାଗେଶ୍ୱର ରାଓ, ୱାର୍ଡ ନଂ ୨୫,୨୬,୩୧,୩୨ ଅଙ୍ଗନବାଡି ଦିଦି ଓ ପେଣ୍ଠକଟାର ମହିଳାମାନେ ଯୋଗଦାନ କରିଥିଲେ |