ଶ୍ରୀକ୍ଷେତ୍ର ଗୋସାଣୀ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ “ସ୍ୱଚ୍ଛ ଶ୍ରୀକ୍ଷେତ୍ରର” ବାର୍ତା ଦିଆଯାଇଛି। ବିଦ୍ୟାର୍ଥୀ ଓ ବୁଦ୍ଧିଜୀବୀ ମାନେ ଏକତ୍ର ହୋଇ ସହର ପରିକ୍ରମା କରିଥିଲେ। ଦେବୀ ମା ‘ ଙ୍କୁ ସ୍ଵାଗତ କରିବା ସହ ଠାକୁରାଣୀ ଙ୍କ କୃପା ଲାଭ କରିବାକୁ ସହରକୁ ସଫା ସୁତୁରା ରଖିବାକୁ ଆହ୍ୱାନ ଦିଯାଇଥିଲା। ଜଗଦ୍ଧାତ୍ରୀ ମା କାକୁଡ଼ି ଖାଇଙ୍କ ଠାରେ ଦୀପଦାନ ପୂର୍ବକ କାର୍ଯକ୍ରମ ଶୁଭାରମ୍ଭ ହୋଇଥିଲା। ସେଠାରୁ ଦୋଳମଣ୍ଡପ ସାହି, ମାଟିମଣ୍ଡପ ସାହି, ବାଲିସାହି, ତିଆଡ଼ି ସାହି, ଗୁଡ଼ିଆ ସାହି, ହରଚଣ୍ଡି ସାହି, ଗୌଡ ବାଡ଼ ସାହି, ମାଣିକର୍ଣ୍ଣିକା ସାହି ହୋଇ ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ଠାରେ ଶୋଭାଯାତ୍ରା ଶେଷ ହୋଇଥିଲା। ସାହି ସମୂହର ପୂଜା ମଣ୍ଡପ ମାନଙ୍କରେ ସ୍ୱଚ୍ଛ ବାର୍ତା ଦିଆଯାଇଥିଲା। ସାହି ବାସିନ୍ଦାଙ୍କୁ ପ୍ରଚାର ପତ୍ର ଦିଆଯିବା ସହ ଡଷ୍ଟବିନ ବ୍ୟବହାର, ପଲିଥିନ୍ ତ୍ୟାଗ, ଗଛ ଲଗାଇ ବଞ୍ଚାଇବା, ଅଯଥା ଜଳ ଓ ବିଜୁଳି ଅପଚୟ ନକରିବାକୁ ଅନୁରୋଧ କରାଯାଇଥିଲା। ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇ ସ୍ବଚ୍ଛ ସବୁଜ ଶ୍ରୀକ୍ଷେତ୍ର ଗଢିବାରେ ପରସ୍ପର ହାତ ମିଳାଇବାକୁ ଆହ୍ୱାନ ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ଶଙ୍କର ପଣ୍ଡା , ସୁକାନ୍ତ ପଣ୍ଡା , ଦୀପକ ପଣ୍ଡା, ସତ୍ୟ ସାହୁ, ବିପିନ ମହାନ୍ତି, ବ୍ରଜ କିଶୋର ସାହୁ ପ୍ରମୁଖ କାର୍ଯକ୍ରମ ପରିଚାଳନା କରିଥିଲେ।
Related Stories
November 22, 2024