ନୂଆଦିଲ୍ଲୀ, ଦେଶରେ ଗତ ୨୪ ଘଂଟା ମଧ୍ୟରେ କୋଭିଡ ପାଇଁ ୨,୯୫,୪୧୬ ନମୂନା ପରୀକ୍ଷଣ କରାଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା ୮୯,୫୩,୪୯,୯୧୯ ନମୂନାର ପରୀକ୍ଷଣ କରାଯାଇଥିବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ପକ୍ଷରୁ ସୂଚନା ଦିଆଯାଇଛି ।
କରୋନାରେ ଦେଶରେ ଗତ ୨୪ ଘଂଟାରେ ୩,୮୦୫ ନୂଆ ମାମଲା : ସୁସ୍ଥ ହେଲେ ୫,୦୬୯, ସକ୍ରିୟ ମାମଲା ୩୮,୨୯୩
ନୂଆଦିଲ୍ଲୀ, ଦେଶରେ ଗତ ୨୪ ଘଂଟା ମଧ୍ୟରେ ୩,୮୦୫ ନୂଆ କରୋନା ମାମଲା ସାମନାକୁ ଆସିଛି । ସୁସ୍ଥ ହୋଇଛନ୍ତି ୫,୦୬୯ ଆକ୍ରାନ୍ତ । ଦୈନିକ ସଂକ୍ରମଣର ହାର ରହିଛି ୧.୨୯ ପ୍ରତିଶତ ।
କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଶନିବାର ସକାଳ ସୁଦ୍ଧା ଦେଶରେ ମୋଟ୍ ୪ କୋଟି ୪୦ ଲକ୍ଷ ୨୪ ହଜାର ୧୬୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୮,୨୯୩ ରହିଛି । ଅଦ୍ୟାବଧି ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୮ ହଜାର ୬୫୫ ରହିଛି ।