-
55 ପ୍ଲାଟୁନ ଫୋର୍ସ ମୁତୟନ ହେବେ
କଟକ, ଦଶହରା ପାଇଁ କଟକରେ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସହରରେ ଏଥରେ 28 ଚାନ୍ଦୀ ମେଢ଼ ହେଉଛି । ବିଭିନ୍ନ ସ୍ଥାନରେ ପୋଲିସ ଏଡ ପୋଷ୍ଟ ରହିବ । ଟ୍ରାଫିକ ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା। ସହରକୁ 8 ଭାଗରେ ବିଭକ୍ତ କରାଯାଇଛି। ପ୍ରତିଟି ଭାଗରେ ଜଣେ ଲେଖାଏଁ ଅଧିକାରୀ ରହିବେ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ମେଢ଼ ପାଖରେ ପୋଲିସ ରହିବେ । ମଦ ବିରୋଧି ଅଭିଯାନ ଚାଲିଛି । ବିଭିନ୍ନ ସ୍ଥାନରେ ଷ୍ଟ୍ରାଇକିଂ ଫୋର୍ସ ମୁତୟନ ରହିବେ। ସେହିପରି ମସଜିଦ, ଗିର୍ଜା ସମ୍ମୁଖରେ ପୋଲିସ କର୍ମୀ ମୁତୟନ ରହିବେ। କ୍ୟୁଏଟି ମଧ୍ୟ ମୁତୟନ ରହିବେ। ରାତି 12 ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ। 55 ପ୍ଳାଟୁନ ପୋଲିସ ଫୋର୍ସ, 6 ଜଣ ଅତିରିକ୍ତ ଡିସିପି ରାଙ୍କର , 55 ଜଣ ଇନ୍ସପେକ୍ଟର, ଟ୍ରାଫିକ ପୋଲିସ, ହୋମଗାର୍ଡ ମୁତୟନ ହେବେ। ଆଇନ ଭଙ୍ଗକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି । ସେ କହିଛନ୍ତିୁ ଯେ300 ରୁ ଉର୍ଦ୍ଧ୍ବ ସିସିଟିଭି କ୍ୟାମେରା ଲାଗିଛି।