ଜଗତସିଂହପୁର, ମା’ ଶାରଳାଙ୍କ ପୀଠରେ ଆଜି ମହା ସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ଏଥିପାଇଁ ଭକ୍ତମୟ ହୋଇଉଠିଛି ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ପୀଠ । ଚଣ୍ଡୀ ପାଠ, ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ପାର୍ବଣ ପୂଜା ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପି ମା’ଙ୍କ ପୀଠରେ ଅନୁଷ୍ଠିତ ହେଉଛି । ଏହି ଅବସରରେ ମା’ ଶାରଳାଙ୍କୁ ବିଭିନ୍ନ ବେଶରେ ସୁସଜ୍ଜିତ କରାଯିବା ସହ ମା’ଙ୍କ ପୀଠରେ ପ୍ରତିଦିନ ଷୋଡ଼ଶ ଉପଚାର ପୂଜା ଓ ଚଣ୍ଡୀ ପାଠ ଆଦି ଆୟୋଜିତ ହେଉଛି। ମା’ଙ୍କ ଦର୍ଶନ ପାଇଁ ଝଙ୍କଡ଼ ଶାରଳା ପୀଠକୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ।
Related Stories
November 24, 2024
November 24, 2024