ବଲାଙ୍ଗିର, ଆଜି ଅକ୍ଟୋବର ୧ ତାରିଖ ଅନ୍ତରାଷ୍ଟ୍ରୀୟ ବରିଷ୍ଠ ନାଗରିକ ଦିବସରେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଆନୁକୁଲ୍ୟରେ ଏକ ଯୋଗ ଶିବିର ସ୍ଥାନୀୟ ରାଜେନ୍ଦ୍ର ପାର୍କ ଠାରେ ସକାଳ ୬ ରୁ ୮ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ବଞ୍ଚିବାର କଳା (ଆର୍ଟ ଅଫ ଲିଭିଙ୍ଗ) ସଂସ୍ଥାର ଡକ୍ଟର ପ୍ରୀତୀଶ ମିଶ୍ର ଓ ହରପ୍ରିୟା ମିଶ୍ର ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କୁ ଦୈନନ୍ଦିନ ଯୋଗ କ୍ରିୟା ଉପରେ ତାଲିମ୍ ଦେଇ ବିଭିନ୍ ଯୋଗ ଓ ପ୍ରାଣାୟାମ ଶିକ୍ଷା ଦେଇ ଦୈନନ୍ଦିନ ଜୀବନରେ ଯୋଗ ଦ୍ଵାରା ସୁସ୍ଥ ରହିବାକୁ ପରାମର୍ଶ ଦେଇଥିଲେ।
ଏହି ଶିବିରରେ ୬୫ ରୁ ଅଧିକ ବରିଷ୍ଠ ନାଗରିକ ଓ ମହିଳା ଯୋଗଦେଇଥିଲେ। ଜିଲ୍ଲାପାଳ ଚଞ୍ଚଲ୍ ରାଣା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଆଜିଠାରୁ ବରିଷ୍ଠ ନାଗରିକ ମାନଙ୍କ ପାଇଁ ବ୍ରାହ୍ମଣ ପଡାରେ ଏକ ଅବସର ବିନୋଦନ କେନ୍ଦ୍ର ସ୍ଥାପନ ହେଉଥିବା ଏବଂ ଏହାର ଉପଯୋଗ ପାଇଁ କହିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ନ ସାହୁ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।