
ଭଦ୍ରକ – ଭଦ୍ରକ ଜିଲା ତିହିଡି ଥାନା ଚନ୍ଦ୍ରକାଟବିନ୍ଧା ଷାଠିଉଟି ଗ୍ରାମର ଲକ୍ଷ୍ମୀସେଠୀଙ୍କ ଝିଅର ମୃତୁ୍ୟର ପୁନଃ ତଦନ୍ତ ପାଇଁ ଏସ୍ପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ପରକିୟା ପ୍ରୀତିରେ ତାଙ୍କ ଝିଅଙ୍କୁ ମାରିଦେଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା ସେ ଅଭିେଯାଗ କରିଛନ୍ତି। ପ୍ରକାଶ ଥାଉକି ଲକ୍ଷ୍ମୀ ସେଠୀଙ୍କ ଝିଅ କାଜଲ ୨୦୧୭ ମସିହାରେ ଧୁଷୁରୀ ଥାନା ଅନ୍ତର୍ଗତ କାଶିମପୁର ଗ୍ରାମର ଏକାଦଶୀ ସେଠୀଙ୍କ କନିଷ୍ଠ ପୁତ୍ର ବଳରାମଙ୍କ ସହିତ ବୈଦିକ ରୀତିରେ ବିବାହ ହୋଇଥିଲା। ଗତ ୨୬ ଅଗଷ୍ଟ ୨୦୧୯ ରିଖ ବିଳମ୍ବିତ ରାତିରେ ସ୍ବାମୀ ବଳରାମ ଙ୍କ ସମେତ ଦେଢଶୁର କାଳନ୍ଦୀ, ଜା ରୂପା, ଶ୍ବଶୁର ଏକାଦଶୀ ଓ ଶାଶୁ ପଦ୍ମାବତୀ ମିଳିତ ଭାବେ ମରଣାନ୍ତକ ଆକମ୍ରଣ କରି ଇଲେକ୍ଝ୍ରି କରେ ଲଗାଇ ମାରିଦେଇଥିବା ଲକ୍ଷ୍ମୀ ସେଠୀ ଏସ୍ପିଙ୍କୁ ଲିଖôତ ଅଭିେଯାଗ କରିଛନ୍ତି। ମୃତା ଝିଅର ସ୍ବାମୀ ତାର ଭାଉଜ ସହିତ ଅବୈଧ ପ୍ରେମସଂପର୍କ ପାଇଁ ଏମିତି ଏକ ଘଟିଥିବା ଏତଲାରୁ ଉଲ୍ଲେଖ ହୋଇଛି। ଏହି ଘଟଣାରେ ଧୁଷୁରୀ ଥାନାରେ ହୋଇଥିବା ମାମଲା ୧୬୪/୧୯ ରେ କେବଳ ସ୍ବାମୀ ବଳରାମଙ୍କୁ ପୁଲିସ୍ ଗିରଫ କରି ହାତବାନ୍ଧି ବସିଛି। ଅନ୍ୟ ମୁଦାଲାମାନେ ଖୁଲମଖୁଲା ବାହାରେ ବୁଲୁଛନ୍ତି। ଟଙ୍କା ପଇସା କାରବାର କରି ପୋଷ୍ଟମଟମ୍ ରିପୋର୍ଟକୁ ମଧ୍ଯ ଦୁର୍ବଳ କରିଦିଆଯାଇଥିବା ଅଭିେଯାଗ ହୋଇଛି। ଅନ୍ୟପକ୍ଷରେ ଝିଅକୁ ହରାଇଥିବା ଅସହାୟ ମା’ ଫୋନ୍କୁ ବାରମ୍ବାର ଧମକ ମଧ୍ଯ ଆସୁଛି। ଯଦି କେଶ୍ ନଉଠାଇବୁ ତୋତେ ଜୀବନରୁ ମାରିଦେବି ବୋଲି କୁହାଯାଉଛି। ନିରୁପାୟ ହୋଇ ଏହି ମହିଳା ଜଣକ ଏସ୍ପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏସ୍ପି ପୁନଶ୍ଚ ପୋଷ୍ଟମଟମ୍ ରିପୋର୍ଟକୁ ଛାନଭିନ୍ କରିବା ସହିତ ଅନ୍ୟ ମୁଦାଲାମାନଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି।