ଭୁବନେଶ୍ଵର, ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଅଂଚଳରେ ବର୍ଷା ଲାଗିରହିଛି । ଗତ ୨୪ ଘଂଟାରେ ବରଗଡ଼ ଜିଲ୍ଲାର ଭଟଲିରେ ସର୍ବାଧିକ ୩୫.୦ ମି.ମି. ବର୍ଷା ରେକର୍ଡ କରାଯାଇଛି ।
ସେହିପରି ମାଲକାନଗିରି ଜିଲ୍ଲାର ପଡିଆରେ ୨୬.୦ ମି.ମି., କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇରେ ୨୨.୦, ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ୧୯.୦, କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁରରେ ୧୮.୦, କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡାରେ ୧୮.୦, ବାଲେଶ୍ଵର ଜିଲ୍ଲାର ଜଇପୁର ୧୬.୨, ବାଲେଶ୍ଵର ଜିଲ୍ଲାର ଭୋଗରାଇରେ ୧୫.୦, ଗଜପତି ଜିଲ୍ଲାର କାଶୀନଗରରେ ୧୪.୦ ଏବଂ ଢ଼େଙ୍କାନାଳ ଜିଲ୍ଲାର ପର୍ଜଙ୍ଗରେ ୧୩.୦ ମିମି ବର୍ଷା ରେକର୍ଡ଼ କରାଯାଇଛି ।
ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ତାଳଚେରରେ ୩୫.୦ ଡ଼ିଗ୍ରୀ ସେଲସିୟସ୍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ନୟାଗଡ଼ରେ ୧୯.୦ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି । ଆଂଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ଵର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।