କଟକ, ବିଭିନ୍ନ ଶକ୍ତି ପୀଠରେ ଆଜି ମାଆଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ମଣ୍ଡପରେ ଷଷ୍ଠୀ ପୂଜା ଅନୁଷ୍ଠିତ ହେଉଛି । ସଂନ୍ଧ୍ୟାରେ ବିଲ୍ଵବରଣ ପରେ ମାଆଙ୍କୁ ଆବାହନ କରାଯାଇ ମଣ୍ଡପରେ ପୂଜା କରାଯିବ । ଏଥିଲାଗି ପୂଜା ମଣ୍ଡପରେ ବ୍ୟାପକ ଆୟୋଜନ କରାଯାଇଛି । ବିଭିନ୍ନ ପୂଜା ମଣ୍ଡପରେ ସୁନା, ଚାନ୍ଦି ମେଢ଼ରେ ମାଆଙ୍କ ମୃଣ୍ମୟ ମୂର୍ତି ସଜ୍ଜା ଯାଇଛି । କଟକର ବିଭିନ୍ନ ମଣ୍ଡପରେ ପୂଜା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକ ମାଳା, ଆକର୍ଷଣୀୟ ସାଜସଜ୍ଜା ଦେଖିବାକୁ ଲୋକଙ୍କ ଭିଡ଼ ଜମିଲାଣି । କଟକ କଲେଜ ଛକ ପୂଜା ମଣ୍ଡପରେ ଏଥର ନୂଆ କରି ମାଆ ଚାନ୍ଦି ମେଢରେ ଶୋଭା ପାଇବେ । ଏଠାରେ ପ୍ରାୟ ୩ କ୍ଵିଣ୍ଟାଲ ଚାନ୍ଦିରେ ମେଢ ପ୍ରସ୍ତୁତ ହୋଇଛି । ଏହାସହ କଟକ ସହରରେ ଦୁଇଟି ସୁଉଚ୍ଚ ତୋରଣ ଦେଖିବାକୁ ମିଳିବ । ବାଦାମବାଡ଼ିରେ ଏଥର ଫିଲ୍ମ ବାହୁବଳିର ମାହେସ୍ମତି ତୋରଣ ହୋଇଛି । ଖାନନଗରରେ ଅମରନାଥ ଗୁମ୍ଫା ତୋରଣ ପ୍ରସ୍ତୁତ ହୋଇଛି ।
Related Stories
November 24, 2024
November 24, 2024