ଭଦ୍ରକ – ଭଦ୍ରକ ଅତିରିକ୍ତ ଜିଲା ଦୌରାଜଜ୍ ପ୍ରଣତି ସାହା ଏକ ହତ୍ୟା ମାମଲାର ବିଚାର କରି ଏହି ଜିଲାର ଧୁଷୁରୀ ଥାନା ଅଧୀନସ୍ଥ ବମକୁରା ବନ୍ଧସାହି ଗ୍ରାମର ଶରତ ମଳିକ (୫୩) ଙ୍କୁ ଦଫା ୩୦୨ ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡାଦେଶ ଦେଇଛନ୍ତି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉପରୋକ୍ତ ଗ୍ରାମର ସୃଷ୍ଟିଧର ମଳିକ ଓ ଶରତ ମଳିକଙ୍କ ପରିବାର ସହ ବିବାଦ ଲାଗି ରହିଥିଲା। ଗତ ୨୦୧୬ ଜାନୁୟାରୀ ୫ ତାରିଖ ଦିନ ସୃଷ୍ଟିଧର ସ୍ଥାନୀୟ ଧୁଷୁରୀ ବଜାରରୁ ମାଛ ନେଇ ଘରକୁ ଫେରୁଥିବାବେଳେ ଶରତ ଓ ତା ପତ୍ନୀ ଦୁତି ଓ ପୁଅ ବାପିନା ତାଙ୍କୁ ବାଉଁଶବାଡି ଦ୍ବାରା ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ସୃଷ୍ଟିଧରଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲେ ମଧ୍ଯ ଚିକିସôାଧୀନ ଅବସ୍ଥାରେ ସେହିମାସ ୯ ତାରିଖ ଦିନ ସେଠାରେ ତାଙ୍କର ମୃତୁ୍ୟ ଘଟିଥିଲା। ଏହି ଘଟଣାରେ ଧୁଷୁରୀ ଥାନାରେ କେଶ୍ ନଂ ୪/୧୬, ଦଫା ୩୦୨ / ୧୦୯ / ୩୪ ରେ ମାମଲା ରୁଜୁ ହୋଇ ଶରତକୁ ଗିରଫ ପରେ ବିଚାରାଧୀନ ବନ୍ଦୀ ଭାବେ ଜେଲ୍ ପଠାଇ ଦିଆଯାଇଥିଲା। ମାନ୍ୟବର ଅଦାଲତ ତାର ପତ୍ନୀ ଦୁତି ଓ ପୁତ୍ର ବାପିନାଙ୍କୁ ପ୍ରମାଣ ଅଭାବରୁ ନିଦ୍ର୍ଧୋସରେ ଖଲାସ କରିଥିବାବେଳେ ଆଜି ଶରତକୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।
Related Stories
November 23, 2024