-
ନେହେରୁ ଯୁବ କେନ୍ଦ୍ର ର ଯୁବ ଉତ୍ସବ ଉଦଯାପିତ,
-
ସ୍ବପ୍ନାରାଣୀ ଓ ପ୍ରଦ୍ୟୁମ୍ନ ହେଲେ ୟୁଥ୍ ଆଇକନ୍,
ଯୁବଗୋଷ୍ଠୀଙ୍କ ସ୍ବପ୍ନ ରେ ବିକଶିତ ହେବ ଭାରତବର୍ଷ। ସେମାନଙ୍କ ପ୍ରସ୍ତାବ ରେ ୨୦୪୭ ମସିହାରେ ପାଳନ ହେବ ସ୍ବାଧୀନ ଭାରତବର୍ଷ ର ଏକଶତ ବର୍ଷ। ପୁରୀ ସଂସ୍କୃତି ଭବନ ପରିସରରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଆୟୋଜିତ ଯୁବ ଉତ୍ସବ ଓ ଯୁବ ସମ୍ବାଦ-ଇଣ୍ଡିଆ୨୦୪୭ କୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା,ସଂଗଠକ ବଦ୍ରି ମିଶ୍ର ଙ୍କ ପରିଚାଳନା ରେ ଅନୁଷ୍ଠିତ ଉଦଘାଟନ ଉତ୍ସବ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଜୟଶଙ୍କର ଯୋଶୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ଶିଶୁ ମଙ୍ଗଳ ଅଧିକାରୀ ମନୋଜ ତ୍ରିପାଠୀ,କ୍ରୀଡା ଅଧିକାରୀ ଚନ୍ଦନ ସାହୁ ଯୋଗଦେଇଥିଲେ।ଏହି ପରିପ୍ରେକ୍ଷୀରେ କବିତା, ଚିତ୍ରକଳା, ବକ୍ତୃତା, ଫଟୋ ଚିତ୍ର, ମେଳ ନୃତ୍ୟ ଓ “ଏକ ବିକାଶଶୀଳ ଭାରତ ” ଶୀର୍ଷକ ଯୁବ ସମ୍ବାଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଯେଉଁଥିରେ ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକର ୩୦୦ପ୍ରତିଯୋଗୀ ଭାଗ ନେଇଥିଲେ।ଉଦଯାପନୀ ସନ୍ଧ୍ୟାରେ ରାଜେଶ୍ କୁମାର ମହାନ୍ତିଙ୍କ ପରିଚାଳନା ରେ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଅତିରିକ୍ତ ଜିଲ୍ଲାପାଳ କୈଳାଶ ନାୟକ, ନେହେରୁ ଯୁବ କେନ୍ଦ୍ର ର ରାଜ୍ୟ ନିର୍ଦ୍ଦେଶକ ବିମଳ ପତ୍ରିକ ଶାହ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଅବସରରେ ରାଜନୀତିରେ ପ୍ରଥମ ପାଦ ଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଥିବା ସ୍ବପ୍ନାରାଣୀ ସ୍ବାଇଁ ଓ ଗଣମାଧ୍ୟମ ଓ ଗଣଯୋଗାଯୋଗ ରେ ଡକ୍ଟରେଟ କରିଥିବା କଳିଙ୍ଗ ଟିଭି ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ସାଥୁଆ ଙ୍କୁ ୟୁଥ୍ ଆଇକନ୍ ସମ୍ମାନ ପ୍ରଦାନ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତା ର ବିଚାରକ ଭାବେ କୈଳାଶ ଚନ୍ଦ୍ର ଟିକାୟତରାୟ, ପ୍ରଫୁଲ୍ଲ କୁମାର ସାମନ୍ତରା,ପାଗଳ ସ୍ବାଇଁ, ବଦ୍ରି ମିଶ୍ର, ଜିତେନ୍ଦ୍ର ମିଶ୍ର, ମଧୁସୂଦନ ମିଶ୍ର,ସୁଚେତା ମିଶ୍ର, ଜୟନ୍ତୀ ମହାପାତ୍ର, ଜଗନ୍ନାଥ ବସ୍ତିଆ,ଶରତ କୁମାର ପାତ୍ର, ରବିନାରାୟଣ ମହାନ୍ତି, ସୁକାନ୍ତ କୁମାର ମହାନ୍ତି,ସୁଦାମ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଵା ବେଳେ,ପ୍ରଭାତ ପାଣିଗ୍ରାହୀ, ସୌମେନ୍ଦ୍ର ଦାସ, ରାମକୃଷ୍ଣ ମହାନ୍ତି ପ୍ରମୁଖ ଯୁବ ଉଦବୋଧନ ପ୍ରଦାନ କରିଥିଲେ। ଜୟଶଂକର ଯୋଶୀଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଶ୍ୟାମପ୍ରକାଶ ସେନାପତି।