
ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଜୀ ପୁରୀ ପହଞ୍ଚି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ସିଂହଦ୍ୱାର ସମ୍ମୁଖରେ ଅରୁଣ ସ୍ତମ୍ଭକୁ ପ୍ରଣାମ କରୁଥିବା ବେଳେ ପାଖରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ପ୍ରବକ୍ତା ଡ଼ଃ ସମ୍ବିତ ପାତ୍ର, ଉପ ସଭାପତି ପ୍ରଭାତୀ ପରିଡା,ଓଡିଶା ବିଜେପି ରାଜ୍ୟ ଅଧ୍ୟକ୍ଷ ସମୀର ମହାନ୍ତି, ମଧୁସୂଦନ ସିଂହାରୀ ପ୍ରମୁଖ ଉପସ୍ଥିତ ଥିଲେ |ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ,ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର,ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |ଏହାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପୁରୀ ତାଳବଣିଆ ରୁ ହେଲିକ୍ୟାପ୍ଟର ମାଧ୍ୟ୍ୟମରେ ଫେରିଥିଲେ |