
ଓଡିଶାକୁ ଜେପି ନଡା ଆସିଲେ ବିଜେଡି ବିରୋଧରେ କମ କଂଗ୍ରେସକୁ ଅଧିକ ବିରୋଧ କରିଲେ | ଏହି ସବୁ ଡର ଭାରତ ଜୋଡୋ ଯାତ୍ରାକୁ ନେଇକରି ସୃଷ୍ଟି ହେଇଛି ନିଶ୍ଚିନ୍ତ | ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ପୁରୀ ଛାତ୍ର କଂଗ୍ରେସ ତରଫରୁ ଯେତେବେଳେ ଘେରିବାକୁ ଯୋଜନା କରି ଅନ୍ଧାରିଆ ଜାଗାରେ ଏକ ବନ୍ଦ ଦୋକାନ ତଳେ ପୁରୀ-ଭୁବେନଶ୍ୱର ଏନ.ଏଚ ବଢ଼େଇ-ବାଙ୍କ ଠି ଜଗିରହିଥିଲେ ସେଇ ସମୟରେ ସ୍ଥାନୀୟ ଲୋକଙ୍କ ଖବର ପାଇ ପୁରୀ ସଦର ଥାନା ଅଧିକାରୀ ଙ୍କ ସହ ପୁରୀ ସଦର ଏସ.ଡ଼ି.ପିଓ ୨ଟି ଭ୍ୟାନ୍ ରେ ସମସ୍ତ ୯ଜଣ ଛାତ୍ର ଓ ଯୁବନେତାଙ୍କୁ ପୋଲିସ ବଳ ପୂର୍ବକ ଉଠାଇ ଆଣିଥିଲା | ଏଠି ପ୍ରଶ୍ନ ଓଡ଼ିଶାରେ ବିଜେଡି ସହ ଭାଇ ଭାଇର ସମ୍ପର୍କ ରଖିଥିବା ବିଜେପି ଦଳର ଅଧ୍ୟକ୍ଷ କାହିଁକି ଦରଦାମ କଥା ଉଠାଉ ନାହାନ୍ତି – କାହିଁକି ବେକାର ସମସ୍ୟା କଥା ଉଠାଉ ନାହାନ୍ତି – କାହିଁକି ଆଜି ରାଜ୍ୟର ଛାତ୍ର ଓ ଯୁବକ ଠାରୁ ନାରୀ, ଶ୍ରମିକ ଠାରୁ କୃଷକ, ଅଙ୍ଗନବାଡି ଓ ଆଶା ଦିଦିଙ୍କ ଠାରୁ ଶିକ୍ଷକ, ସମସ୍ତେ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି |
ଆଜି ପୁରୀ ଆସୁଛନ୍ତି ଜେପି ନଡ଼ା ହେଲେ ପୁରୀରେ ସ୍ୱାସ୍ଥ୍ୟ ଅବସ୍ଥା ବିପର୍ଯୟ, ଶ୍ରୀ ଜଗନ୍ନାଥ ମନ୍ଦିର ଐତିହ କରିଡର କଥା ହଉକି – ସେ ନବକଳେବର ଓ ରତ୍ନ ଭଣ୍ଡାର କଥା ହେଉ ଚୁପ ରହିଛି ବିଜେପି | କାହିଁକି ଏହି ଭାଇ ଭାଇର ସରକାର ଯଦି ଏଠି ଜନସାଧାରଣ ହତାଶ ? ପୁରୀ ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ, ବସ୍ତି ନେତା ମନୋଜ ମଣ୍ଡଳ, ଛାତ୍ର କଂଗ୍ରେସ ଜ଼ିଲ୍ଲା ସଭାପତି ଆଶୁତୋଷ ମିଶ୍ର, ପୁରୀ ବିଧାନସଭା ଛାତ୍ର କଂଗ୍ରେସ ସଭାପତି ଅଗସ୍ତିନ ଜୋସେଫ, ପୁରୀ ଜ଼ିଲ୍ଲା ଛାତ୍ର ଉପ ସଭାପତି ରୀସାନ ଦାଶ, ସଦର ଯୁବ ନେତା ବିଜୟ ସେନାପତି, ଛାତ୍ର କଂଗ୍ରେସ ଜ଼ିଲ୍ଲା ସାଧାରଣ ସମ୍ପାଦକ ଆଲୋକ ପଲେଇ,ଛାତ୍ର ନେତା ସାହିଲ ମହାନ୍ତି ଏବଂ ମହେଶ ସାହୁଙ୍କୁ ଥାନାରେ ଅଟକ ରଖାଯାଇଛି |