ଭଦ୍ରକ – ଏହି ଜିଲାର ତିହିଡି ବ୍ଲକ୍ ମହରମପୁର ପଂଚାୟତରେ ଦୁର୍ନୀତି ପିଛା ଛାଡୁନାହó। ଏହିମାତ୍ର କିଛିଦିନ ତଳେ ଜନୈକ ସରକାରୀ କର୍ମଚାରୀଙ୍କ ସ୍ବାମୀଙ୍କ ନାମରେ ଭୁଲ୍ ଚାଳଘର ଦେଖାଯାଇ ପ୍ରଧାନମନ୍ରୀ ଆବାସ େଯାଜନାରେ ପ୍ରଥମ କିସ୍ତି ବାବଦ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ସମିତି ସଭ୍ୟା ପ୍ରୀତିକଳା ଦାସଙ୍କ ଅଭିେଯାଗ କ୍ରମେ ବ୍ଲକ୍ ପ୍ରଶାସନ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଥିଲା। ଏହି ଟଙ୍କା ଫେରସ୍ତ କରିବା ଲାଗି ପ୍ରଶାସନ ପକ୍ଷରୁ ହିତାଧିକାରୀ ଅମର ନାୟକଙ୍କୁ ଏକ ସାତଦିନିଆ ନୋଟିସ୍ ଜାରି କରାଯାଇଥିଲା। ଏବଂ ଏଥିରେ ବ୍ୟତିକ୍ରମ ହେଲେ ବ୍ଲକ୍ ଶିକ୍ଷାଧିକାରୀ ବିହିତ ପଦକ୍ଷେପ ନେବାକୁ ମଧ୍ଯ ନିଦ୍ର୍ଧେଶ ଦିଆଯାଇଛି। ଜିଓ-ଟେକ୍ କର୍ମଚାରୀଙ୍କୁ କାର୍ଯ୍ୟରୁ ବି ନିବୃ କରାଯାଇଥିବା ନେଇ ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓଙ୍କ ଠାରୁ ସୂଚନା ମିଳିଛି। ତେବେ ଏହି ଘଟଣା ଲୋକଙ୍କ ମନରୁ ଲିଭିନଥିବାବେଳେ ପୁଣି ଆସିଛି ଏକ ଗୁରୁତର ଅଭିେଯାଗ। ଖାଉଟି ସାମଗ୍ରୀ ବନ କରିବା ଲାଗି ପଂଚାୟତର କାର୍ଯ୍ୟନିର୍ବାହୀ ଦାୟିତ୍ବ ନେଇଥିବାବେଳେ ଜଣେ ଓ୍ବାର୍ଡ ସଦସ୍ୟାଙ୍କ ନାମରେ ଦୁଇଟି ଅନ୍ତୋର୍ଦୟ କାର୍ଡ ଜରିଆରେ ନିୟମିତ ଚାଉଳ ଉଠାଣ କରାଯାଉଛି। ଅନ୍ଲାଇନ୍ େଯାଗେ ସୂଚନା ପାଇବା ପରେ ଓ୍ବାର୍ଡ ସଦସ୍ୟା ବାସନ୍ତୀ ବେହେରା ପ୍ରତିକ୍ରିୟା ରଖô ସେ ମାତ୍ର ଗୋଟିଏ କାର୍ଡରେ ଚାଉଳ ଉଠାଣ କରୁଥିବାବେଳେ ଅନ୍ୟ କାର୍ଡଟି ପଂଚାୟତ ପକ୍ଷରୁ ଉଠାଣ କରାଯାଉଥିବା ବିଷୟ ବିଡିଓଙ୍କ ଠାରେ ଅଭିେଯାଗ ହୋଇଛି। ବ୍ଲକ୍ େଯାଗାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବାସନ୍ତୀ ବେହେରାଙ୍କ ନାମରେ ୦୪୦୭୧୭୧୦୨୦୧ ଏବଂ ୦୪୦୭୧୭୧୦୯୯୦ ରେ ଦୁଇଟି ଅନ୍ତୋର୍ଦୟ କାର୍ଡ ଉପଲବ୍ଧ ହୋଇଛି। ଅନ୍ଲାଇନ୍ ମୁତାବକ ଅଗଷ୍ଟ ମାସ ପର୍ଯ୍ୟନ୍ତ ଦୁଇଟି କାର୍ଡରେ ଚାଉଳ ଉଠାଣ କରାଯାଇଛି। ପରେ ଗୋଟିଏ କାର୍ଡରେ ଚାଉଳ ଉଠାଣ କରାଯାଉଥିବା ବିଷୟ ବ୍ଲକ୍ େଯାଗାଣ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ତେବେ ଖାଉଟି େଯାଗାଣରେ ଥିବା ପଂଚାୟତ କାର୍ଯ୍ୟନିର୍ବାହୀଙ୍କ ଏ ସଂପର୍କରେ କୈଫତ ମଗାଯିବା ସହିତ ବିହିତ ପଦକ୍ଷେପ ନିଆଯିବ ବୋଲି ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓ ସୂଚନା ଦେଇଛନ୍ତି। ଏଠାରେ ସୂଚନାେଯାଗ୍ୟ ଏପରି ଖାଉଟି ସାମଗ୍ରୀ ହଡପ କରାଯାଉଥିବାର ଅଭିେଯାଗ ହୋଇଥିଲା। ଏବଂ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ପଦକ୍ଷେପ ନେବାକୁ ମଧ୍ଯ ଲୋକେ କହିଥିଲେ। ତେବେ ବ୍ଲକ୍ ପ୍ରଶାସନ କେବଳ କୈଫତ ତଲବ ତଦନ୍ତରେ ସୀମିତ ରହିଲେ ଆଗାମୀ ଦିନରେ ଏହାଠାରୁ ବଡଧରଣର ଦୁର୍ନୀତି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।
Related Stories
November 23, 2024